ଆକାଶରେ ୨୪୧କିମି ପ୍ରତିଘଣ୍ଟା ବେଗରେ ୧୫୦୦ଫୁଟ ଉଚ୍ଚରେ ଉଡ଼ିବ ଏହି ବାଇକ୍‌, ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆକାଶରେ ଉଡୁଥିବା ମୋଟରସାଇକେଲକୁ ଆପଣ କେବଳ ସାଇନ୍ସ ଫିକସନ୍‌ ଥିବା ସିନେମାରେ ଦେଖିବାକୁ ପାଇଛନ୍ତି। ଏହି ବାଇକ୍‌କୁ ଦେଖି ଖାସ୍‌ ଏଭଳି ବାଇକ୍‌ ବାସ୍ତବରେ ଥାଆନ୍ତା ବୋଲି ବାଇକ୍‌ପ୍ରେମୀ ଆଶା ରଖିଥିଲେ। ଏବେ ସେମାନଙ୍କ ଏହି ଆଶା ପୂରଣ ହେବାକୁ ଯାଉଛି। କଲିଫୋର୍ଣ୍ଣିଆରେ ଏକ କମ୍ପାନି ଜେଟ୍‌ପ୍ୟାକର ଆଭିଏସନ୍‌ ଉଇଙ୍ଗ ଏମିତି ଏକ ବାଇକ ନିର୍ମାଣ କରିଛି। ଏଥିପାଇଁ କମ୍ପାନି ଅର୍ଡର ନେବା ବି ଆରମ୍ଭ କରି ଦେଲାଣି।

ଜେଟପ୍ୟାକ୍‌ ଏହି ବାଇକ୍‌କୁ ସ୍ପିଡର ନାମ ଦେଇଛି ଓ କମ୍ପାନି ଏହି ବାଇକ୍‌ରେ ୫ଟି ମୋଡିଫାଇଡ ଜେଟ ଇଞ୍ଜିନ୍‌ର ବ୍ୟବହାର କରିଛି। ଏହା ଇଞ୍ଜିନ୍‌କୁ ଉଡିବାରେ ସାହାଯ୍ୟ କରୁଛି। କମ୍ପାନିର ଦାବି ହେଉଛି କି, ବାଇକ୍‌ ୧୫୦ମିଲି ଅର୍ଥାତ୍‌ ୨୪୧ କିଲୋମିଟର ପ୍ରତିଘଣ୍ଟା ବେଗରେ ଉଡିବ। ଏହାବ୍ୟତୀତ ୧୫,୦୦ ଫିଟ୍‌ ଉଚ୍ଚରେ ସହଜରେ ଉଡି ପାରିବ। ଏହି ମୋଟରସାଇକେଲରେ ଅତିବେଶୀରେ ୭୦୫କିଲୋଗ୍ରାମ ଭାର ସମ୍ଭାଳିବାର କ୍ଷମତା ରହିଛି। ୧୫,୦୦ ଫୁଟ ଉଚ୍ଚରେ ଏହି ବାଇକ୍‌ ୭୦କିମି ପର୍ଯ୍ୟନ୍ତ ଯାତ୍ରା କରିବାର କ୍ଷମତା ରଖିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏମିତି ୨୦ଟି ବାଇକ୍‌ ପ୍ରସ୍ତୁତ କରାଯିବ। କମ୍ପାନିର ଯୋଜନା ରହିଛି ଏମିତି ବାଇକ୍‌ ସେନା ପାଇଁ ବି ତିଆରି କରିବ। ଏହି ବାଇର ମୂଲ୍ୟ ୩୮୦,୦୦୦ ଡଲାର ଅର୍ଥାତ ୨.୬୪ କୋଟି ଟଙ୍କା ପାଖାପାଖି ରହିଛି।

ସମ୍ବନ୍ଧିତ ଖବର