ତନିସ୍କର ‘ଅପରୁପା’ ଗହଣା ସମ୍ଭାର

ଭୁବନେଶ୍ବର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ତନିସ୍କ ପକ୍ଷରୁ ନୂଆ ଅପରୁପା ସମ୍ଭାରକୁ ଏହାର ଚନ୍ଦ୍ରଶେଖପୁର ସ୍ଥିତ ଷ୍ଟୋର୍‌ରେ ଉନ୍ମୋଚନ  କରାଯାଇଛି। ଶିଉଳି ଫୁଲ , ପଦ୍ମ ଓ ଅଳ୍ପନାରୁ ଅନୁପ୍ରାଣିତ ହେ‌ାଇ ଏହି ଗହଣାଗୁଡ଼ିକର ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ଅପରୁପା ସମ୍ଭା‌ର ଜରିଆରେ  ଦୁର୍ଗାପୂଜାକୁ ସ୍ବତନ୍ତ୍ର କରିବା ପାଇଁ ତନିସ୍କ ପ୍ରସ୍ତୁତ ହୋଇଯାଇଛି। ଏହି ସମ୍ଭାରରେ ୫୦ ସ୍ବତନ୍ତ୍ର ଗହଣା ଯଥା ନେକ୍‌ଲେସ୍‌ ସେଟ୍‌, ଟାଇ-ହାର, କାନ ଫୁଲ, ମୁଦି ଆଦି ରହିଛି। ତନିସ୍କ ପକ୍ଷରୁ ସୁନା ଗହଣାର ଗଢ଼ା ମୂଲ୍ୟ ଓ ହୀରା ଗହଣାର ମୋଟ୍ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏହି ଅଫର ଚଳିତ ମାସ ୧୨ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ନୂଆ ଅପରୁପା ସମ୍ଭାରରେ ଥିବା ଗହଣାଗୁଡ଼ିକର ମୂଲ୍ୟ ୨୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି ଓ ଏହାର ରାଜ୍ୟର ସବୁ ତନିସ୍କ ଷ୍ଟୋର୍‌ରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର