ଭୁବନେଶ୍ବର : ଜୟଆଲୁକ୍କାସ ପକ୍ଷରୁ ଇନ୍କ୍ରେଡିବୁଲ୍ ଜୁଏଲାରି ସେଲ୍ ଅଫ୍ ଦି ଇୟର ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ପସନ୍ଦର ଗହଣା ଉପରେ ଆକର୍ଷଣୀୟ ଅଫର ପାଇପାରିବେ। ସୁନା, ହୀରା, ରତ୍ନପଥର ଓ ରୁପା ଅଳଙ୍କାର ସମେତ ସବୁ ପ୍ରକାର ଅଳଙ୍କାରର ଗଢ଼ା ମଜୁରି ଉପରେ ଗ୍ରାହକମାନେ ସିଧାସଳଖ ୫୦ ପ୍ରତିଶତ ରିହାତି ପାଇପାରିବେ। ଏହି ସେଲ୍ ସମ୍ପର୍କରେ ଜୟଆଲୁକ୍କାସ ଇଣ୍ଡିଆ ଲିମିଟେଡ୍ର ପରିଚାଳନା ନିର୍ଦେଶକ ଜୟ ଆଲୁକ୍କାସ କହିଛନ୍ତି ଯେ ଗ୍ରାହକମାନେ ନିକଟତମ ସୋ’ରୁମ୍କୁ ଯାଇ ଅଫରର ଲାଭ ଉଠାଇପାରିବେ। ସେମାନଙ୍କୁ ଅଭୂତପୂର୍ବ ଅଳଙ୍କାର କିଣାକିଣି ଅନୁଭୂତି ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ସୋ’ରୁମ୍ର ପରିବେଶ ସୁନ୍ଦର ରହିଥିବା ବେଳେ ବେଶ ପ୍ରିମିୟମ୍ ଅନୁଭବ ଓ ଉତ୍ତମ ଗ୍ରାହକ ସେବା ମିଳିବ ବୋଲି ସେ କହିଛନ୍ତି। ଏହି ସେଲ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଉପଲବ୍ଧ ରହିବ।
ଜୟଆଲୁକ୍କାସରେ ଅଳଙ୍କାର ସେଲ୍
/sambad/media/post_attachments/wp-content/uploads/2023/03/gold-jewellary.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)