ଚେନ୍ନାଇ: କରୋନା ଭାଇରସ ସଂକ୍ରମଣର ପ୍ରଭାବ କେବଳ ଚୀନ୍ ଏବଂ ଅନ୍ୟାନ୍ୟ ଦେଶର ସାଧାରଣ ଜନଜୀବନକୁ ପ୍ରଭାବିତ କରିନାହିଁ ବ୍ୟବସାୟକୁ ମଧ୍ୟ ବଡ଼ ଧରଣର କ୍ଷତି ପହଞ୍ଚାଇଛି। କରୋନା ରୋଗ ବ୍ୟାପୁଥିବା ଚୀନରେ ଦୋକାନ ବଜାର ବନ୍ଦ ହୋଇଯାଇଛି। ଚୀନ୍ ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ହୋଇଥିବାରୁ ଏଠାକାର ବ୍ୟବସାୟ ବନ୍ଦର ପ୍ରଭାବ ବିଶ୍ବର ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଛି। କରୋନା ରୋଗ ବ୍ୟାପିବା ପରେ ଚୀନ୍ ଏବଂ ହଂକଂରେ ଗହଣା ଏବଂ ମୂଲ୍ୟବାନ ରତ୍ନ ପଥର ବ୍ୟବସାୟ କରୁଥିବା ସୋ’ରୁମ୍ ଗୁଡ଼ିକ ଦୀର୍ଘଦିନ ହେଲା ବନ୍ଦ ରହିଛି। ଏଥିଯୋଗୁ ଭାରତର ହୀରା ଏବଂ ଗହଣା ବ୍ୟବସାୟୀମାନେ ବହୁମାତ୍ରାରେ ପ୍ରଭାବିତ ହୋଇଛି। କାରଣ ଭାରତରୁ ଅଧିକାଂଶ ଗହଣା ଏବଂ ମୂଲ୍ୟବାନ ପ୍ରସ୍ତର ରପ୍ତାନି ଚୀନକୁ ହୋଇଥାଏ। ମୂଲ୍ୟବାନ ପ୍ରସ୍ତର ଏବଂ ଗହଣା ରପ୍ତାନି ପ୍ରୋତ୍ସାହନ ପରିଷଦର କହିବା ଅନୁଯାୟୀ, ଚୀନ୍ ଏବଂ ହଂକଂକୁ ଭାରତର ରପ୍ତାନି ୧୦ ପ୍ରତିଶତ ହ୍ରାସ ଘଟିଛି। କରୋନା ରୋଗ ଯଦି ଅଧିକ ଦିନ ଧରି ଆତଙ୍କ ଖେଳାଏ ତା’ହେଲେ ଭାରତର ଗହଣା ରପ୍ତାନି ଆହୁରି ଅଧିକ ହ୍ରାସ ପାଇବ ବୋଲି ଏହି ପରିଷଦ ଆକଳନ କରାଯାଉଛି। କରୋନା ଭୂତାଣୁ ବ୍ୟାପିବା ପରେ ଚୀନରେ କେତେକ ଗହଣା ପ୍ରତିଷ୍ଠାନ ବନ୍ଦ ରହିଛି। ଏଥିଯୋଗୁ ଭାରତର ରପ୍ତାନି ବାଧାପ୍ରାପ୍ତ ହୋଇଛି ବୋଲି ଜିଜେଇପିସିର ଉପାଧ୍ୟକ୍ଷ କଲିନ୍ ଶାହ କହିଛନ୍ତି। ବିଶ୍ବର ସର୍ବବୃହତ୍ ଗହଣା ସୋ’ରୁମ୍ ଶୃଙ୍ଖଳ ଚାଓ ତାଇ ଫୁକ୍ ଚୀନରେ ଏହାର ପ୍ରାୟ ୮୦ ପ୍ରତିଶତ ଷ୍ଟୋରକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛି। ଏହି କମ୍ପାନିର ଚୀନରେ ୩୬୦୦ରୁ ଅଧିକ ଷ୍ଟୋର ରହିଛି। ଯେଉଁ ୨୦ ପ୍ରତିଶତ ଷ୍ଟୋର ଖୋଲୁଛି ତାହା କମ୍ ସମୟ ପାଇଁ ଖୋଲାରହୁଛି। ଏତଦବ୍ୟତୀତ କମ୍ପାନି ହଂକଂ ଏବଂ ମାକାଉରେ ମଧ୍ୟ ପ୍ରାୟ ୪୦ଟି ଷ୍ଟୋର ବନ୍ଦ କରିଦେଲାଣି। କରୋନା ଭୂତାଣୁ ବ୍ୟାପିବା ଆଶଙ୍କାର ଗ୍ରାହକମାନେ ସୋ’ରୁମ୍କୁ ଆସୁନାହାନ୍ତି। ଫଳରେ ସୋ’ରୁମ୍ ଗୁଡ଼ିକୁ ବନ୍ଦ କରି ଦିଆଯାଉଛି।
କରୋନା ପାଇଁ ଗହଣା ରପ୍ତାନି କମିଲା, ସହାୟତା ଦାବି କଲେ ରପ୍ତାନିକାରୀ
/sambad/media/post_attachments/wp-content/uploads/2020/01/Assam_gold_1200_PTI-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)