ଭୁବନେଶ୍ୱର: ଲୋକାଭିମୁଖୀ ସମନ୍ୱିତ ସିଏସ୍‌ଆର୍‌ ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟିଲ୍‌ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ୍‌କୁ ଏକ୍ସିଡ୍ ସିଏସ୍‌ଆର୍‌ ଆଵାର୍ଡ- ୨୦୨୫ରେ ସମ୍ମାନିତ କରାଯାଇଛି। ଅକ୍ଟୋବର ୩୦ରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପୂର୍ବତନ ସଚିବ ତଥା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ କର୍ପୋରେଟ ଆଫେୟାର୍ସର ପୂର୍ବତନ ମହାନିର୍ଦ୍ଦେଶକ ଡ. ଭାସ୍କର ଚାଟାର୍ଜୀ ଏହି ପୁରସ୍କାର ପ୍ରଦାନ କରିଥିଲେ।

Advertisment

ସାଂସଦ ତଥା ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିକୁ ଆଧାର କରି ଫାଉଣ୍ଡେସନ୍‌ ଏହାର ପରିମଳ ଓ ପରିଚ୍ଛନ୍ନତା ଅଭିଯାନ, ‘ଜଳଛାୟା ପରିଚାଳନା’ ଏବଂ ‘ଵାସ’ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସମୁଦାୟରେ ଉଲ୍ଲେଖନୀୟ ବିକାଶ ଆଣିପାରିଛି। ଏହି ସମ୍ମାନଜନକ ପୁରସ୍କାର ମିଳିଥିବାରୁ ଜିନ୍ଦଲ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଜୁରି ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥି ସହ ସେ କହିଛନ୍ତି, “ଆମେ ବିଶ୍ୱାସ କରୁ, ବାସ୍ତବ ବିକାଶ ସେହିଠାରେ ହୁଏ, ଯେଉଁଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପରିବେଶ ଓ ସଂସ୍କୃତି ସମନ୍ୱିତ ଭାବେ ନିରନ୍ତର ଉପାୟରେ ଜୀବନର ମାନକୁ ଉନ୍ନତ କରିଥାଏ। ଜିନ୍ଦଲ ଷ୍ଟିଲର ପ୍ରେସିଡେଣ୍ଟ ତଥା ଗ୍ରୁପ୍‌ ହେଡ୍‌ (ସିଏସ୍‌ଆର୍‌ ଏଣ୍ଡ୍‌ ଏଜୁକେସନ) ପ୍ରଶାନ୍ତ ହୋତା ଏହି ସମ୍ମିଳନୀର ବୈଷୟିକ ଅଧିବେଶନରେ ଅଂଶଗ୍ରହଣ କରି ସିଏସ୍‌ଆର୍‌ ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ କୌଶଳ ଓ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।