ଲଣ୍ଡନ : ଜିନ୍ଦଲ ଗ୍ଲୋବାଲ୍ ଲ’ ସ୍କୁଲ୍ ପ୍ରଥମ ଥର ଲାଗି କ୍ୟୁଏସ୍ ୱାର୍ଲଡ୍ ୟୁନିଭର୍ସିଟି ସବ୍ଜେକ୍ଟ ରୢାଙ୍କିଙ୍ଗ୍ରେ ପ୍ରବେଶ କରିଛି। ଏହି ସ୍କୁଲ୍କୁ ବିଶ୍ବର ୧୦୧-୧୫୦ ଲ’ ସ୍କୁଲ୍ ଭିତରେ ସ୍ଥାନ ମିଳିଛି। ଲଣ୍ଡନରେ କ୍ବାକାରେଲି ସାଇମଣ୍ଡସ୍ଙ୍କ ତରଫରୁ ଏହି ରୢାଙ୍କିଙ୍ଗ୍ ଜାରି କରାଯାଇଛି। ଏଥିରେ ଜିନ୍ଦଲ ଗ୍ଲୋବାଲ୍ ଲ’ ସ୍କୁଲ୍କୁ ଭାରତର ଏକ ନମ୍ବର ଲ’ ସ୍କୁଲ୍ ଭାବେ କ୍ୟୁଏସ୍ ରୢାଙ୍କ୍ ପ୍ରଦାନ କରାଯାଇଛି। ଏହି ମାନ୍ୟତା ସମ୍ପର୍କରେ ଓପି ଜିନ୍ଦଲ ଗ୍ଲୋବାଲ୍ ୟୁନିଭର୍ସିଟିର ପ୍ରତିଷ୍ଠାତା କୁଳାଧିପତି ନବୀନ ଜିନ୍ଦଲ କହିଛନ୍ତି ଯେ, ଏହା ଆମ ପାଇଁ ଏକ ଐତିହାସିକ ମୁହୂର୍ତ। ଏଥିପାଇଁ ମୁଁ କୁଳପତି, ଫାକଲଟି ସଦସ୍ୟ, ଛାତ୍ରଛାତ୍ରୀ ଏବଂ ଷ୍ଟାଫ୍ମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହି ମାନ୍ୟତାକୁ ନେଇ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ରାଜ କୁମାର ଆନନ୍ଦ ପ୍ରକଟ କରିଛନ୍ତି।
ଜିନ୍ଦଲ ଗ୍ଲୋବାଲ୍ ଲ’ ସ୍କୁଲ୍କୁ ଶ୍ରେଷ୍ଠ କ୍ୟୁଏସ୍ ର୍ୟାଙ୍କିଙ୍ଗ୍
/sambad/media/post_attachments/wp-content/uploads/2020/03/jindal.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)