ଜିନ୍ଦଲ୍‌ ପାୱାରକୁ ମିଳିଲା ଗାରେ ପାଲ୍‌ମା ଖଣି

ଭୁବନେଶ୍ବର : ଶିଳ୍ପପତି ନବୀନ ଜିନ୍ଦଲଙ୍କ ଜିନ୍ଦଲ ଷ୍ଟିଲ ଆଣ୍ଡ୍‌ ପାୱାର ଲିମିଟେଡ (ଜେଏସପିଏଲ)ର ସହାୟକ କମ୍ପାନି ଜିନ୍ଦଲ ପାୱାର ଲିମିଟେଡ (ଜେପିଏଲ)କୁ କୋଇଲା ମନ୍ତ୍ରଣାଳୟ ଦ୍ୱାରା ଗାରେ ପାଲମା ୪/୧ କୋଇଲା ଖଣି ପାଇଁ ସଫଳ ବିଡର ଘୋଷଣା କରାଯାଇଛି। ନିର୍ଧାରିତ ରିପ୍ରେଜେଣ୍ଟେଟିଭ ମୂଲ୍ୟ ୨୫ ପ୍ରତିଶତରେ ଜିନ୍ଦଲ ପାୱାର ଗାରେ ପାଲମା ୪/୧ କୋଇଲା ଖଣି ନିଲାମ ଜିତିଛି। ଆମକୁ ସଫଳ ବିଡର ବୋଲି ଘୋଷଣା କରିଥିବାରୁ ଆମେ କୋଇଲା ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଉଛୁ ବୋଲି ଜେଏସପିଏଲ ପରିଚାଳନା ନିର୍ଦ୍ଦେଶକ ଭି ଆର ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର