ଯାଜପୁର: ଭାରତୀୟ ରେଳର ଚେନ୍ନାଇ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍)ରେ ପ୍ରସ୍ତୁତ ବନ୍ଦେ ମେଟ୍ରୋ ଟ୍ରେନ୍ରେ ଜିନ୍ଦଲ୍ ଷ୍ଟେନ୍ଲେସ୍ର ଲୁହା ଲାଗିଛି। ଏଥିପାଇଁ କମ୍ପାନି ଟେମ୍ପର୍ଡ ୨୦୧ ଏଲ୍ଏନ୍ ଗ୍ରେଡ୍ର ଷ୍ଟେନଲେସ୍ ଷ୍ଟିଲ୍ ଯୋଗାଇ ଦେଇଛି। ପାରମ୍ପରିକ ଫେରିଟିକ୍ ଷ୍ଟେନଲେସ୍ ଷ୍ଟିଲ୍ ଗ୍ରେଡ୍ ତୁଳନାରେ ଟେମ୍ପର୍ଡ ଷ୍ଟେନଲେସ୍ ଷ୍ଟିଲ୍ ୨୦୧ ଏଲ୍ଏନ୍ ଗ୍ରେଡ୍ରେ ନିର୍ମିତ ଏହି ଟ୍ରେନ୍ ସେଟ୍ଗୁଡ଼ିକର ବାହ୍ୟ ପ୍ୟାନେଲର ମୋଟେଇ ୩ ମିଲିମିଟରରୁ ୨ ମିଲିମିଟରକୁ ହ୍ରାସ ପାଇଛି। ଫଳରେ କମ ଖର୍ଚ୍ଚରେ ହାଲୁକା ଓ ଅଧିକ ଶକ୍ତି ଦକ୍ଷ ଟ୍ରେନ ନିର୍ମିତ ହୋଇପାରୁଛି। ଷ୍ଟେନଲେସ୍ ଷ୍ଟିଲ୍ ୨୦୧ଏଲ୍ଏନ୍ ଗ୍ରେଡ୍ କ୍ଷୟ ପ୍ରତିରୋଧୀ। ଏହାର ଅଧିକ ଦୃଢ଼ତା, ସ୍ଥାୟିତ୍ୱ ଓ ଧକ୍କା-ପ୍ରତିରୋଧୀ ଗୁଣ ଯୋଗୁଁ ଯାତ୍ରୀମାନଙ୍କୁ ସର୍ବୋତ୍ତମ ନିରାପତ୍ତା ମିଳିପାରିବ। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍ଲେସ୍ର ପରିଚାଳନା ନିର୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି ଯେ ଭାରତର ରେଳ ଭିତ୍ତିଭୂମି ଓ ରୋଲିଂ ଷ୍ଟକ୍ ଆଧୁନିକୀକରଣରେ ସାମିଲ ହୋଇପାରିଥିବାରୁ ଆମେ ଆନନ୍ଦିତ।
ବନ୍ଦେ ମେଟ୍ରୋରେ ଜିନ୍ଦଲ୍ ଷ୍ଟେନ୍ଲେସ୍ ଲୁହା
/sambad/media/post_attachments/wp-content/uploads/2024/05/sfhfshhffhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)