ଭୁବନେଶ୍ବର: ଜିନ୍ଦଳ ଷ୍ଟେନଲେସ୍ ଏହାର ଯାଜପୁର ଓ ହିସାରରେ ଥିବା କାରଖାନାରେ ରୁଫ୍ଟପ୍ ସୋଲାର ପ୍ରକଳ୍ପ ସ୍ଥାପନ କରିବା ଲାଗି ୧୨୦ କୋଟି ଟଙ୍କା ନିବେଶ କରିବ। କାରଖାନାର ବିଭିନ୍ନ ସପ୍ ଫ୍ଲୋର୍ ଛାତ ଓ ଛପର ଉପରେ ସୋଲାର ପ୍ୟାନେଲ୍ ସ୍ଥାପନ କରାଯିବ। ଉଭୟ ପ୍ରକଳ୍ପର କାର୍ଯ୍ୟ ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ସେଥିରୁ ୭୯୫ ୟୁନିଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନଲେସ୍ର ପରିଚାଳନା ନିର୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି ଯେ ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଆମ ଭଳି ଉଷ୍ମ ଜଳବାୟୁ ଭିତ୍ତିକ ଦେଶ ଲାଗି ସୋଲାର ରୁଫ୍ଟପ୍ ପ୍ଲାଣ୍ଟ୍ ହେଉଛି ବିକଳ୍ପ ଶକ୍ତିର ଏକ ପ୍ରମୁଖ ଉତ୍ସ। ଆମେ ନିରନ୍ତର ଉପାୟରେ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp