ଭୁବନେଶ୍ୱର: ରାଜ୍ୟରେ ଲୁହାପଥର ଓ କୋଇଲା ମୂଲ୍ୟ ବୃଦ୍ଧି ଶିଳ୍ପାନୁଷ୍ଠାନ ଗୁଡ଼ିକର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ଅନ୍ତର୍ଜାତୀୟ ବଜାରରେ ଲୁହାପଥର ଓ କୋଇଲା ମୂଲ୍ୟ ହ୍ରାସ ଘଟୁଥିବାବେଳେ ଓଡ଼ିଶାରେ ଏହା ବୃଦ୍ଧି ପାଉଛି। ଏତଦ୍ବ୍ୟତୀତ ଖଣିଜ ସାମଗ୍ରୀର ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି। ଏସବୁ ପ୍ରସଙ୍ଗର ତୁନ୍ତର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାଓ୍ଵାର ଲିମିଟେଡ (ଜେଏସ୍ପିଏଲ୍)ର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଆଜି ଶ୍ରୀ ଜିନ୍ଦଲ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଅନ୍ୟ ଅଧିକାରୀମାନଙ୍କୁ ଭେଟି ଏସବୁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଇସ୍ପାତ ଶିଳ୍ପ ଗୁଡ଼ିକ କୋଇଲା ଅଭାବର ଘୋର ସମ୍ମୁଖୀନ ହେଉଛନ୍ତି। ମହାନଦୀ କୋଲ୍ଫିଲ୍ଡ୍ସ ଲିମିଟେଡ (ଏମ୍ସିଏଲ୍) ଏହାର ଇ-ନିଲାମରେ କୋଇଲାର ପ୍ରିମିୟମ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଇ-ନିଲାମ ମାଧ୍ୟମରେ ବିଶ୍ୱର ସବୁଠୁ ଅଧିକ ଦାମରେ କୋଇଲା ଓଡ଼ିଶାରେ କିଣିବାକୁ ପଡ଼ୁଛି। ଏମ୍ସିଏଲ୍ ଓ କୋଲ୍ ଇଣ୍ଡିଆ ଲିମିଟେଡ କୋଇଲା ଉତ୍ପାଦନ ବୃଦ୍ଧି କରିବାକୁ ସେ ମତ ଦେଇଛନ୍ତି। ଇସ୍ପାତ ନିର୍ମାଣରେ ଆବଶ୍ୟକ କଞ୍ଚାମାଲର ମୂଲ୍ୟ ବୃଦ୍ଧି ନିରନ୍ତର ଭାବେ ବୃଦ୍ଧି ଘଟୁଛି। କିନ୍ତୁ ଇସ୍ପାତ ମୂଲ୍ୟ ବଜାରରେ କମିବାରେ ଲାଗିଛି। ଏପ୍ରିଲରୁ ଜୁଲାଇ ମଧ୍ୟରେ ଦେଶରେ ଇସ୍ପାତ ମୂଲ୍ୟ ଟନ୍ ପିଛା ୪୧ ହଜାର ଟଙ୍କାରୁ ୩୯ ହଜାର ଟଙ୍କାକୁ ହ୍ରାସ ପାଇଥିବାବେଳେ ଲୁହାପଥର ଖଣ୍ଡ ମୂଲ୍ୟ ଟନ୍ ପିଛା ୪୭୨୫ ଟଙ୍କାରୁ ୫୨୨୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଲୁହାପଥର ଗୁଣ୍ଡ ମୂଲ୍ୟ ମଧ୍ୟ ଟନ୍ ପିଛା ୨୦୫୦ ଟଙ୍କାରୁ ୨୪୦୦ ଟଙ୍କାକୁ ବୃ୍ଦ୍ଧି ଘଟିଛି। ତେଣୁ ରାଜ୍ୟରେ ପ୍ରତିଯୋଗିତାମୂଳକ ମୂଲ୍ୟରେ ଲୁହାପଥର ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ସରକାରଙ୍କୁ କହିଛନ୍ତି। ସେହିଭଳି ଖଣିଜ ସାମଗ୍ରୀ ପରିବହନ ମୂଲ୍ୟ ନିର୍ଦ୍ଧାରଣ ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ମତ ଦେଇଛନ୍ତି।
କୋଇଲା ଦର ନେଇ ଚିନ୍ତା ପ୍ରକଟ କଲେ ଜିନ୍ଦଲ
ମୁଖ୍ୟ ସଚିବଙ୍କୁ ଭେଟିଲେ
/sambad/media/post_attachments/wp-content/uploads/2018/02/Jindal-Steel-Power_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)