୨୦୨୧‌ରେ ଭାରତରେ ରିଲାଏନ୍ସ ୫ଜି ବିପ୍ଳବ ଆରମ୍ଭ କରିବ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରି ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତାବର୍ଷଠାରୁ ଗ୍ରାହକଙ୍କ ପାଇଁ ଜିଓ ୫ଜି ଉପଲବ୍ଧ ହେବ ବୋଲି ସୂଚନା ରହିଛି। କମ୍ପାନିର ସିଇଓ ମୁକେଶ ଅମ୍ବାନୀ ଏହି ଘୋଷଣା କରିଥିବା ଜାଣିବାକୁ ମିଳିଛି।

ଅମ୍ବାନି ପ୍ରକାଶ କରିଛନ୍ତି ଯେ କମ୍ପାନୀ ୨୦୨୧ର ଦ୍ୱିତୀୟାର୍ଦ୍ଧରେ ଏହି ସେବାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଥିବା ବେଳେ କମ୍ପାନି ଦ୍ବାରା ୫ଜି ନେଟୱାର୍କ ସ୍ୱଦେଶୀ ଭାବରେ ନିର୍ମାଣ ହେବ।

ସେ କହିଛନ୍ତି କି ଭାରତ ଆଜି ବିଶ୍ବରେ ଡିଜିଟାଲ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସର୍ବୋତ୍ତମ ରହିଛି। ଏହି ନେତୃତ୍ୱକୁ ବଜାୟ ରଖିବା ପାଇଁ ୫ଜିର ଶୀଘ୍ର ଆରମ୍ଭକୁ ତ୍ୱରାନ୍ୱିତ କରି ଉପଲବ୍ଧ କରିବା ପାଇଁ ନୀତିଗତ ପଦକ୍ଷେପ ଆବଶ୍ୟକ। ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ୨୦୨୧ ମସିହାର ଦ୍ୱିତୀୟାର୍ଦ୍ଧରେ ଭାରତରେ ୫ଜି ବିପ୍ଳବ ଆରମ୍ଭ ହେବ। ଏହା ସ୍ୱଦେଶୀ-ବିକଶିତ ନେଟୱାର୍କ, ହାର୍ଡୱେର୍ ଏବଂ ଟେକ୍ନୋଲୋଜି ଉପାଦାନ ଦ୍ୱାରା ଚାଳିତ ହେବ ବୋଲି ଅମ୍ବାନି କହିଛନ୍ତି।

ଅମ୍ବାନି ଏହା ମଧ୍ୟ କହିଛନ୍ତି ଯେ ଭାରତରେ ୫ଜି ନେଟୱାର୍କର ପ୍ରବେଶ ଦେଶର ‘ଆତ୍ମ ନିର୍ଭର’ ହେବାର ପ୍ରୟାସରେ ସହାୟକ ହେବ ଏବଂ ଏହା ଚତୁର୍ଥ ଶିଳ୍ପ ବିପ୍ଳବରେ ଦେଶକୁ  ଆହୁରି ଆଗେଇ ନେଇ ଅଧିକ ଭୂମିକା ଗ୍ରହଣ କରିବ।

‘ଜିଓର ୫ଜି ସେବା ଆପଣଙ୍କ ‘ଆତ୍ମ ନିର୍ଭର’ ଭାରତର ପ୍ରେରଣାଦାୟକ ଦୃଷ୍ଟିକୋଣରୁ ଏକ ସାକ୍ଷ୍ୟ ହେବ। ମୁଁ ଅତ୍ୟଧିକ ଆତ୍ମବିଶ୍ୱାସରେ କହିପାରିଛି ଯେ ୫ଜି ଭାରତକୁ କେବଳ ଚତୁର୍ଥ ଶିଳ୍ପ ବିପ୍ଳବରେ ଭାଗ ନେବାକୁ ନୁହେଁ ବରଂ ଏହାର ନେତୃତ୍ୱ ନେବାକୁ ମଧ୍ୟ ସକ୍ଷମ କରିବ।’ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର