ଅଗଷ୍ଟରେ ଓଡ଼ିଶାରେ ୩.୪୭ ଲକ୍ଷ ଉପଭୋକ୍ତା ଯୋଡ଼ିଲା ରିଲାଏନ୍ସ ଜିଓ

ଭୁବନେଶ୍ୱର : ଓଡ଼ିଶାର ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ଏହାର ଜୟଯାତ୍ରା ଜାରି ରଖିଛି । ଟେଲିକମ୍ ନିୟାମକ ଟ୍ରାଇ ରିପୋର୍ଟ ଅନୁସାରେ ଅଗଷ୍ଟରେ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୪୭ ଲକ୍ଷ ନୂଆ ଉପଭୋକ୍ତା ଯୋଡିଛି । ଏୟାର୍ଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ସମେତ ଅନ୍ୟ ଟେଲିକମ୍ ସେବା ପ୍ରଦାନକାରୀମାନେ ଏହି ସମୟରେ ଲକ୍ଷ ଲକ୍ଷ ଉପଭୋକ୍ତା ହରାଇଥିବାବେଳେ ଜିଓ ଏହାର କାୟା ବିସ୍ତାର କରିଚାଲିଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି । ଜିଓ ହେଉଛି ଏକ ମାତ୍ର କମ୍ପାନି, ଯିଏକି ଅଗଷ୍ଟରେ ରାଜ୍ୟ ତଥା ଶେଷରେ ନୂଆ ଉପଭୋକ୍ତା ଯୋଡ଼ିଛି ।
ଟ୍ରାଇ ପ୍ରଦତ୍ତ ତଥ୍ୟ ଅନୁସାରେ, ଜିଓ ଉପଭୋକ୍ତା ଯୋଡ଼ିଥିଲେ ମଧ୍ୟ ଅନ୍ୟ କମ୍ପାନୀଗୁଡ଼ିକ ବୃହତ୍ ସଂଖ୍ୟାରେ ଉପଭୋକ୍ତା ହରାଇଥିବାରୁ ଓଡ଼ିଶାରେ ମୋଟ୍‌ ମୋବାଇଲ ଉପଭୋକ୍ତା ସଂଖ୍ୟାରେ ୪.୦୮ ଲକ୍ଷ ହ୍ରାସ ଘଟିଛି । ଏୟାର୍ଟେଲ ପ୍ରତିଥର ଭଳି ଏଥର ମଧ୍ୟ ଲକ୍ଷେରୁ ଊଦ୍ଧ୍ୱର୍ ଉପଭୋକ୍ତା ହରାଇଛି । ୨୦୧୯ ଅଗଷ୍ଟରେ ଏହା ୧.୧୮ ଲକ୍ଷ ଉପଭୋକ୍ତା ହରାଇଛି । ସେହିଭଳି ଭୋଡାଫୋନ୍ ଆଇଡିଆ ୧.୧୧ ଲକ୍ଷ ଉପଭୋକ୍ତା ହରାଇଥିବାବେଳେ ବିଏସ୍ଏନ୍ଏଲ୍ ୫.୨୫ ଲକ୍ଷରୁ ଊଦ୍ଧ୍ୱର୍ ଉପଭୋକ୍ତା ହରାଇଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର