ରିଲାଏନ୍ସ ଜିଓର ନୂଆ ସେବା: ଓ୍ଵାଇ-ଫାଇ ନେଟଓ୍ଵାର୍କକୁ  ବ୍ୟବହାର କରି ମାଗଣାରେ କରିହେବ ଭଏସ୍‌ ଓ ଭିଡିଓ କଲ୍

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ବ୍ୟବହାରକାରୀ ପାଇଁ ଖୁସି ଖବର। କମ୍ପାନି ପକ୍ଷରୁ ସମଗ୍ର ଦେଶରେ ଭଏସ୍‌ ଓ ଭିଡିଓ ଓ୍ଵାଇ-ଫାଇ କଲିଂ ସେବା ଆରମ୍ଭ ନେଇ ଘୋଷଣା କରାଯାଇଛି । ରିଲାଏନ୍ସ ଜିଓର ଏହି ସ୍ୱତନ୍ତ୍ର ସେବା ଦ୍ବାରା ଗ୍ରାହକମାନେ  ଓ୍ଵାଇ-ଫାଇ ନେଟଓ୍ଵର୍କକୁ  ବ୍ୟବହାର କରି  ମାଗଣାରେ  ସ୍ପଷ୍ଟ ଭଏସ୍‌ ଓ ଭିଡିଓ କଲ୍ କରିପାରିବେ ।

Image result for jio-announced-launch-of-voice-and-video-calls
Hindustan Times

ଜିଓର ଏହି ସେବାରେ ଆପଣ ଜିଓ ନମ୍ବର ବ୍ୟବହାର କରି ଓ୍ଵାଇ-ଫାଇ ନେଟଓ୍ଵାର୍କ ଜରିଆରେ ଫୋନ୍‌ କରିବା ସହିତ କଲ୍ ବି ରିସିଭ କରି ପାରିବେ। ଏହି ସେବା ପାଇଁ ବ୍ୟବହାରକାରୀଙ୍କୁ କୌଣସି ବି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ । ଆପଣଙ୍କ ପାଖରେ କେବଳ ଆକ୍ଟିଭ୍‌ ପ୍ଲାନ୍‌ ଓ ଜିଓର ଓ୍ଵାଇ-ଫାଇ କଲିଂକୁ ସପୋର୍ଟ କରୁଥିବା ପ୍ଲାନ୍‌ ଥିବା ଦରକାର।

Image result for jio-announced-launch-of-voice-and-video-calls
Livemint

ବ୍ୟବହାରକାରୀ ଓ୍ଵାଇ-ଫାଇ କଲ୍ ଜରିଆରେ ଭିଡିଓ କଲ୍ ବି କରି ପାରିବେ। ଜିଓ ଓ୍ଵାଇ-ଫାଇ କଲିଂ ସେବା ୨୦୨୦ ଜାନୁଆରି ୭ରୁ ୧୬ ମଧ୍ୟରେ ପୂରା ଭାରତରେ ଉପଲବ୍ଧ ହେବ । ଜିଓର ଏହି ସ୍ୱତନ୍ତ୍ର ସେବା ସାହାଯ୍ୟରେ ଆପଣ ଦେଶର କୌଣସି ସ୍ଥାନରୁ ବି ସୁବିଧାରେ କଲ୍ କରି ପାରିବେ। ଜିଓର ଓ୍ଵାଇ-ଫାଇ କଲିଂ ସେବା ସାମସଙ୍ଗ, ଭିଭୋ, ସାଓମି, ଆପଲ, ଟେକନୋ, କୁଲପେଡ, ଗୁଗଲ, ଆଇଟେଲ, ଲାଭା, ମୋବିଷ୍ଟାର ଓ ମୋଟୋରୋଲା ଭଳି ସ୍ମାର୍ଟଫୋନ୍‌କୁ ସପୋର୍ଟ କରିବ।

ସମ୍ବନ୍ଧିତ ଖବର