ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ଅଫର’

ମୁମ୍ବାଇ –  ମୁକେଶ ଅମ୍ବାନୀ ପରିଚାଳିତ ରିଲାଏନ୍ସ ଜିଓ ପକ୍ଷରୁ ସାମସଙ୍ଗ ସହିତ ସ୍ୱତନ୍ତ୍ର ସହବନ୍ଧନ ସହ ଜିଓ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ଅଫର ଘୋଷଣା କରାଯାଇଛି। ଫେବୃଆରୀ ୫ ରୁ ଆରମ୍ଭ ହୋଇଥିବା ଏହି ନୂଆ ଅଫର ଦ୍ୱାରା ଯେକୌଣସି ଜିଓ ଉପଭୋକ୍ତାମାନେ ଏବେ ନୂତନ ଭାବରେ ବଜ଼ାରକୁ ଆସିଥିବା ସାମସଙ୍ଗ ଗାଲାକ୍ସି ଏମ ୧୦ ଓ ସାମସଙ୍ଗ ଗାଲାକ୍ସି ଏମ ୨୦ ଫୋନ କିଣିଲେ ଏହି ସ୍ୱତନ୍ତ୍ର ଅଫରର ଲାଭ ନେଇପାରିବେ ।
ଏହି ସ୍ୱତନ୍ତ୍ର ଅଫର ଅନୁଯାୟୀ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ଉପଭୋକ୍ତା ଜିଓର ୧୯୮ କିମ୍ବା ୨୯୯ ଟଙ୍କାର ରିଚାର୍ଜ଼ ସହିତ ଦୁଇଗୁଣା ଡାଟାର ମଜା ନେଇପାରିବେ । ତେବେ ଜଣେ ଉପଭୋକ୍ତା ସର୍ବାଧିକ ୧୦ ଥର ଏହିଭଳି ଦୁଇଗୁଣା ଡାଟା ମିଳିବାକୁ ଥିବା ରିଚାର୍ଜ଼ କରିପାରିବେ । ମୋଟ ଉପରେ ଏହି ଅଫର ଦ୍ୱାରା ଉପଭୋକ୍ତାଙ୍କର ପ୍ରାୟ ୩୧୧୦ ଟଙ୍କା ମୂଲ୍ୟର ସଂଚୟ ହୋଇପାରିବ ।
ସମ୍ବନ୍ଧିତ ଖବର