ଜିଓ ଆପ୍‌ରେ ଦ୍ବୈତନଗରୀର ପୂଜାମଣ୍ଡପ

ଭୁବନେଶ୍ୱର: ଜିଓ ଏହାର ମାଇଁ ଜିଓ ଆପ୍‌‌େର ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ୫ଟି ଲେଖାଏଁ ପ୍ରମୁଖ ଦୁର୍ଗାପୂଜା ମଣ୍ଡପର ଫଟୋ ଓ ଭିଡ଼ିଓ ଉପଲବ୍ଧ କରାଇଛି। ଆପ୍‌ରେ କଟକର ଚାଉଳିଆଗଞ୍ଜ, ଯୋବ୍ରା, ଶେଖ ବଜ଼ାର, ଚାନ୍ଦିନୀ ଚୌକ ଓ ଚୌଧୁରୀ ବଜ଼ାର ଓ ଭୁବନେଶ୍ୱରର ସହିଦନଗର, ରସୁଲଗଡ, ବରମୁଣ୍ଡା, ନୟାପଲ୍ଲୀ ଏବଂ ବମିଖାଲ ପୂଜାମଣ୍ଡପ ରହିଛି। ବରମୁଣ୍ଡା ପୂଜାମଣ୍ଡପ ନିକଟରେ ଜିଓ ଫୋନର ପ୍ରତିରୂପ ସମ୍ବଳିତ ଏକ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ସ୍ଥାପନ କରାଯାଇଛି। ଏଥିସହିତ ଶଙ୍କରପୁର, ଝାରପଡ଼ା ଓ ବରମୁଣ୍ଡା ପୂଜାମଣ୍ଡପ ସମେତ ରାଉରକେଲାର ସେକ୍ଟର-୨ ପୂଜାମଣ୍ଡପରେ ଜିଓ ଡିଜିଟାଲ ଲାଇଫକୁ ପ୍ରଦର୍ଶିତ କରାଯାଉଛି।

ସମ୍ବନ୍ଧିତ ଖବର