ଲକଡାଉନ୍ ସମୟରେ ସହଜ ରିଚାର୍ଜ ପାଇଁ ଜିଓ ଆରମ୍ଭ କଲା ‘ଜିଓ ଆସୋସିଏଟ୍’

ଜିଓ ଗ୍ରାହକ ଅନ୍ୟ ପାଇଁ ରିଚାର୍ଜ କରି କମିଶନ ଅର୍ଜନ କରିପାରିବେ

ଭୁବନେଶ୍ୱର: ଦେଶ ସାରା ଲକଡାଉନ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍ ‘ ନାମରେ ଏକ ସୁଯୋଗ ଆଣିଛି । ଏହି ସୁଯୋଗକୁ ଉପଯୋଗ କରି ଯେ କୌଣସି ଜିଓ ଗ୍ରାହକ ଅନ୍ୟ ଜିଓ ଗ୍ରାହକଙ୍କ ପାଇଁ ରିଚାର୍ଜ କରିପାରିବେ ଓ ଘରେ ବସି କମିଶନ ବାବଦ ଅର୍ଥ ବି ଅର୍ଜନ କରିପାରିବେ । ଏହି କମିଶନ ଅର୍ଥ ରିଚାର୍ଜ ମୂଲ୍ୟର ୪ ପ୍ରତିଶତ ହାରରେ ଆପଣଙ୍କ ଜିଓ ଆକାଉଣ୍ଟରେ ଜମା ହେବ । ଆପଣ ପରବର୍ତ୍ତୀ ରିଚାର୍ଜ ପାଇଁ ଏହି ଅର୍ଥକୁ ବ୍ୟବହାର କରିପାରିବେ । ଓଡ଼ିଶାର ବିସ୍ତୃତ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ମୋବାଇଲ୍ ରିଚାର୍ଜ ଲାଗି ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବାକୁ ଯାଇ ଜିଓ ପକ୍ଷରୁ ଏହି ସ୍ୱତନ୍ତ୍ର ଯୋଜନା ଘୋଷଣା କରାଯାଇଛି ।
ଆପଣଙ୍କ ଆଖ ପାଖରେ ଯଦି ଜିଓ ରିଚାର୍ଜ ଷ୍ଟୋର୍ ଖୋଲା ନରହୁଛି ତେବେ ଆପଣ ଏହି ଜିଓ ଆସୋସିଏଟ୍ ଯୋଜନାରେ ଅଂଶଗ୍ରହଣ କରି ନିଜର, ନିଜ ପରିବାରର ତଥା ପଡ଼ୋଶୀ ଓ ସାଙ୍ଗସାଥିଙ୍କ ମୋବାଇଲ୍ ରିଚାର୍ଜ କରିପାରିବେ । ଏଥିଲାଗି ଆପଣଙ୍କୁ ୪ ପ୍ରତିଶତ ହାରରେ କମିଶନ ମିଳିବ । ଅର୍ଥାତ୍ ଏହାଦ୍ୱାରା ଜିଓ ଗ୍ରାହକଙ୍କର ଫୋନ୍ ରିଚାର୍ଜ କରିବାକୁ ସମସ୍ୟା ରହିବ ନାହିଁ ଓ ଘରେ ବସି ଗାଁ ବା ସହରର ‘ଜିଓ ଆସୋସିଏଟ୍’ ଉପଯୋଗକାରୀ ୪ ପ୍ରତିଶତ ଅର୍ଥ ସଙ୍ଗେସଙ୍ଗେ ଅର୍ଜନ କରିପାରିବେ ।

iamgujarat.com

ଜିଓ ଆସୋସିଏଟ୍ ହେବା ଲାଗି କୌଣସି ଗ୍ରାହକଙ୍କୁ ଜିଓ ପିଓଏସ୍ ଲାଇଟ୍ (Jio POS Lite) ଆପ ନିଜ ମୋବାଇଲରେ ଡାଉନଲୋଡ କରିବାକୁ ହେବ । ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ଆପ୍ ଉପଲବ୍ଧ । ଏହି ଆପରେ ନିଜକୁ ପଞ୍ଜିକୃତ କରିବା ସହ ପ୍ରାରମ୍ଭିକ ଭାବେ ୧୦୦୦ ଟଙ୍କା ଆକାଉଣ୍ଟରେ ଜମା କଲେ ତତକ୍ଷଣାତ ସେହି ଆକାଉଣ୍ଟରେ ୪ ପ୍ରତିଶତ ହାରରେ ୪୦ଟଙ୍କା ଅଧିକ ମୋବାଇଲ୍ ଫୋନ୍ ରିଚାର୍ଜ ପାଇଁ ଉପଲବ୍ଧ ହେବା ସହ ଏହି ୪୦ ଟଙ୍କାର ୪ ପ୍ରତିଶତ ବି ଆକାଉଣ୍ଟକୁ ଆସିବ । ଅର୍ଥାତ୍ ୧୦୦୦ଟଙ୍କା ମୂଳ ରାଶି ଆକାଉଣ୍ଟ ଖୋଲିଲେ ଆପଣ ରିଚାର୍ଜ ପାଇଁ ୧୦୪୧ଟଙ୍କା ୬୦ ପଇସା ପାଇପାରିବେ । ଏହି ସମୁଦାୟ ରାଶିକୁ ଆପଣ ନିଜର ବା ନିଜ ପରିବାର, ବନ୍ଧୁ ବା ପଡ଼ୋଶୀଙ୍କ ଜିଓ ମୋବାଇଲରୁ ରିଚାର୍ଜ କରିପାରିବେ । ଆପଣଙ୍କ ଆକାଉଣ୍ଟରେ ପରବର୍ତ୍ତୀ ବାଲାନ୍ସ ପାଇବା ଲାଗି ସର୍ବନିମ୍ନ ୨୦୦ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ ।
ଏହି ଟଙ୍କାରେ ଆପଣ ଜଣଙ୍କ ମୋବାଇଲ୍ ନୁହେଁ, ବରଂ ବିଭିନ୍ନ ମୋବାଇଲକୁ ରିଚାର୍ଜ କରିପାରିବେ । ଜିଓ ଆସୋସିଏଟ୍ ଯୋଜନାରେ ପ୍ରବେଶ ଦେୟ ୧୦୦୦ ଟଙ୍କା ରହିଥିବା ବେଳେ ପ୍ରାରମ୍ଭିକ ଅଫର ଭାବେ ଏହାକୁ ବର୍ତ୍ତମାନ ଛାଡ଼ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଅଧିକରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ସାମିଲ୍ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଛି ।

ନିକଟରେ ଆରମ୍ଭ ହୋଇଥିବା ଏହି ଯୋଜନା ପ୍ରାରମ୍ଭିକ ପର୍ଯାୟରେ ଅନେକ ଆଗ୍ରହ ଲକ୍ଷ୍ୟ କରିଛି । ହଜାର ହଜାର ସଂଖ୍ୟାରେ ଗ୍ରାହକ ଏହି ଜିଓ ଆସୋସିଏଟ୍ ଯୋଜନାରେ ସାମିଲ୍ ହୋଇ ଯୋଜନାର ଲାଭ ଉଠାଉଛନ୍ତି । ଏପ୍ରିଲ୍ ମାସରୁ ଏହି ଯୋଜନା ଆରମ୍ଭ ହୋଇଛି । କିନ୍ତୁ ଏହି କିଛି ସପ୍ତାହ ମଧ୍ୟରେ ଗୁଗୁଲ୍ ପ୍ଲେଷ୍ଟୋରରୁ ୫ ଲକ୍ଷରୁ ଅଧିକ ଜିଓ ପିଓଏସ୍ ଲାଇଟ୍ ଆପ୍ ଡାଉନଲୋଡ୍ ହୋଇଛି ।

ଆଗକୁ ଜିଓ ପକ୍ଷରୁ ଏହି ଯୋଜନାରେ ନୂଆ ଫିଚର ଓ ବ୍ୟବସ୍ଥା ଉପଲବ୍ଧ କରାଯିବା ଲକ୍ଷ୍ୟ ରହିଛି । ଏହି ଜିଓ ଆସୋସିଏଟ୍ ଯୋଜନାରେ ସାମିଲ୍ ହେବାକୁ ହେଲେ ଆପଣଙ୍କୁ ୧୮ ବର୍ଷ ବା ତା’ଠୁ ଅଧିକ ବୟସ ହୋଇଥିବା ଆବଶ୍ୟକ । ଏହାଛଡ଼ା ଆପଣଙ୍କର ଏକ ସ୍ମାର୍ଟଫୋନ୍ ସହ ଜିଓ ସଂଯୋଗ ଥିବା ଆବଶ୍ୟକ ।

ସମ୍ବନ୍ଧିତ ଖବର