ସମ୍ମାନଜନକ ସିଏମ୍‌ଓ ଏସିଆ ଆୱାର୍ଡ୍ସରେ ଜିଓକୁ ୫ଟି ପୁରସ୍କାର

ନୂଆଦିଲ୍ଲୀ : ନିକଟରେ ସିଙ୍ଗାପୁରରେ ଆୟୋଜିତ ସିଏମ୍‌ଓ ଏସିଆ ଆୱାର୍ଡ୍ସରେ ଜିଓ ୫ଟି ପୁରସ୍କାର ହାସଲ କରିଛି । ଏଥି ମଧ୍ୟରୁ ୩ଟି ଟେଲିକମ୍‌ ବିଭାଗରେ ଉତ୍କର୍ଷତା ଏବଂ ଅନ୍ୟ ଦୁଇଟି ଡିଜିଟାଲ ମାର୍କେଟିଂ ଲିଡରସିପ୍‌ ବିଭାଗରେ ମିଳିଛି । ଟେଲିକମ୍‌ ବିଭାଗରେ ଉତ୍କର୍ଷତା ପାଇଁ ଜିଓ ସର୍ବାଧିକ ପୁରସ୍କାର ହାସଲ କରିଛି ।
ସିମ୍‌ଲେସ୍‌ କନେକ୍ଟିଭିଟି ପାଇଁ ଶ୍ରେଷ୍ଠ ଏଲ୍‌ଟିଇ ସେବା ପ୍ରଦାନକାରୀ ଏବଂ ଏହାର ଉପଭୋକ୍ତାଙ୍କ ପାଇଁ ଡିଜିଟାଲ୍‌ ଅଭିଜ୍ଞତା ହାସଲ କରାଇଥିବାରୁ ଜିଓ ଏହି ପୁରସ୍କାର ହାସଲ କରିଛି । ଭାରତର ସ୍ମାର୍ଟଫୋନ୍‌- ଜିଓଫୋନ୍‌ ଚଳିତ ବର୍ଷ ପାଇଁ ହ୍ୟାଣ୍ଡସେଟ୍‌ରେ ସୃଜନଶୀଳତା ଲାଗି ପୁରସ୍କାର ହାସଲ କରିଛି । କୁମ୍ଭମେଳା ସମୟରେ ଜିଓ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସର୍ବଶ୍ରେଷ୍ଠ ସୃଜନଶୀଳ ଟେଲିକମ୍‌ ପ୍ରକଳ୍ପ ଭାବେ ପୁରସ୍କୃତ ହୋଇଛି । କୁମ୍ଭମେଳା ସମୟରେ ଜିଓର ବିବିଧ ସୃଜନଶୀଳ ସେବା ଲକ୍ଷ ଲକ୍ଷ ଲୋକଙ୍କୁ ସେବା ଯୋଗାଇଛି ।

Related image
olx.in

ଟେଲିକମ୍‌ ବିଭିଗ ବ୍ୟତିରେକ ଜିଓ ମଧ୍ୟ ଡିଜିଟାଲ ମାର୍କେଟିଂ ନେତୃତ୍ୱ ବିଭାଗରେ ପୁରସ୍କୃତ ହୋଇଛି । ଜିଓର ଏଣ୍ଟରଟେନ୍‌ମେଣ୍ଟ ଆପ୍‌ ମଧ୍ୟରୁ ୨ଟି ସେମାନଙ୍କ ବିଭାଗରେ ଶ୍ରେଷ୍ଠ ଆପ୍‌ ବିବେଚିତ ହୋଇଛି । ଜିଓ ସାୱନ୍‌ ଶ୍ରେଷ୍ଠ ଆପ୍‌ (ମୁ୍ୟଜିକ୍‌) ଏବଂ ଜିଓ ଟିଭି ଶ୍ରେଷ୍ଠ ଆପ୍‌ (ମନୋରଞ୍ଜନ) ବିବେଚିତ ହୋଇଛି ।
ଏକ ପ୍ରମୁଖ ନେଟ୍‌ୱର୍କିଂ ବିଭାଗ ଭାବେ ସିଏମ୍‌ଓ ଏସିଆ ୨୦୧୦ ମସିହାରେ ଆରମ୍ଭ କରାଯାଇଥିଲା ଏବଂ ବିବିଧ କ୍ଷେତ୍ରରେ ବ୍ୟବସାୟିକ ସେବା ଉପଲବ୍ଧକାରୀଙ୍କ ପାଇଁ ଏକ ସାଧାରଣ ପ୍ଲାଟଫର୍ମରେ ଯୋଗସୂତ୍ର ରକ୍ଷା ଲକ୍ଷ୍ୟରେ କରାଯାଇଥିଲା । ବ୍ରାଣ୍ଡିଂ ଏବଂ ମାର୍କେଟିଂ କ୍ଷେତ୍ରରେ ସର୍ବଶେଷ ଉପଲବ୍ଧô ଆଦାନ ପ୍ରଦାନ ଏବଂ ପ୍ରତ୍ୟେକ ମାର୍କେଟିଂ ବୃତ୍ତିଧାରୀଙ୍କ ଅଭିଜ୍ଞତାରୁ ଜ୍ଞାନ ଆହରଣ ସୁବିଧା ଉପଲବ୍ଧ କରାଇବା ଲକ୍ଷ୍ୟରେ ଏହା କରାଯାଇଥିଲା । ସିଏମ୍‌ଓ ଏସିଆ ଆୱାର୍ଡ଼ର ସିଙ୍ଗାପୁର ସଂସ୍କରଣ ଏହାର ୧୦ମ ବର୍ଷପୂର୍ତ୍ତି ପାଳନ କରିଛି ।

ସମ୍ବନ୍ଧିତ ଖବର