ରିଲାଏନ୍ସ ଜିଓ ଭାରତର ସର୍ବବୃହତ ଟେଲିକମ୍‌ କମ୍ପାନୀ ହେଲା

ମୁମ୍ବାଇ: ବ୍ୟବସାୟିକ ସେବା ଆରମ୍ଭ କରିବାର ତିନି ବର୍ଷରୁ କମ୍‌ ସମୟ ମଧ୍ୟରେ ରିଲାଏନ୍ସ ଜିଓ  ୩୩୧.୩ ନିୟୁତ ବା ୩୩.୧୩ କୋଟି ଗ୍ରାହକ ହାସଲ କରିବା ସହ ଭୋଡ଼ାଫୋନ ଆଇଡିଆକୁ ପଛରେ ପକାଇ ଦେଶର ସର୍ବବୃହତ୍‌ ଟେଲିକମ୍‌ କମ୍ପାନୀ ହେବାର ଗୌରବ ହାସଲ କରିଛି ।

ଜୁନ ୨୦୧୯ ଶେଷ ସୁଦ୍ଧା ଭୋଡ଼ାଫୋନର ଗ୍ରାହକ ସଂଖ୍ୟା ହ୍ରାସ ପାଇ ୩୨ କୋଟିରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଥିବା ତ୍ରୈୟମାସିକ ଆର୍ଥିକ ଫଳାଫଳରେ ପ୍ରକାଶ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ରିଲାଏନ୍ସ ଜିଓ ପକ୍ଷରୁ ଜୁନ ତ୍ରୟମାସ ପାଇଁ ଘୋଷିତ ଆର୍ଥିକ ଫଳାଫଳରେ ଜୁନ ଶେଷ ସୁଦ୍ଧା କମ୍ପାନୀର ମୋବାଇଲ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଘଟି ୩୩.୧୩ରେ ପହଞ୍ଚିଥିବା ସୂଚୀତ କରାଯାଇଥିଲା । ଏଥି ପୂର୍ବରୁ ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ମେ ୨୦୧୯ ପାଇଁ ପ୍ରକାଶିତ ମୋବାଇଲ୍‌ ଗ୍ରାହକ ସୂଚନା ଆଧାରରେ ରିଲାଏନ୍ସ ଜିଓ ଭାରତୀ ଏୟାରଟେଲ୍‌କୁ ପଛରେ ପକାଇ ଗ୍ରାହକ ସଂଖ୍ୟାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା ।

ସମ୍ବନ୍ଧିତ ଖବର