ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । କମ୍ପାନି ଖୁବ ଶୀଘ୍ର ନୂଆ ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବା ଆରମ୍ଭ ହେବା ପରେ ଜିଓ ବ୍ୟବହାରକାରୀଙ୍କୁ ବିନା କୌଣସି ନେଟଓ୍ଵାର୍କରେ ବି କଲ କରିବାର ସୁବିଧା ମିଳି ପାରିବ। କମ୍ପାନି ଏଥିପାଇଁ ପରୀକ୍ଷଣ ବି ଆରମ୍ଭ କରି ଦେଲାଣି। ଟେଲିକମ କମ୍ପାନି ଏୟାରଟେଲ ପରେ ଏବେ ରିଲାଏନ୍ସ ଜିଓ ବି ନିଜର ବ୍ୟବହାରକାରୀଙ୍କୁ ଭଏସ୍ ଓଭର ଓ୍ଵାଇଫାଇ(VoWiFi ) ସୁବିଧା ଦେବାକୁ ପ୍ରସ୍ତୁତ ହେଉଛି ।
ରିଲାଏନ୍ସ ଜିଓର ଭଏସ୍ ଓଭର ଓ୍ଵାଇଫାଇ ସେବା ଲଞ୍ଚ ହେବା ପରେ ଆପଣ ବିନା ନେଟଓ୍ଵାର୍କରେ ବି କଲ କରି ପାରିବେ। ପ୍ରକାଶିତ ରିପୋର୍ଟ ମୁତାବକ, ଏହାର ପରୀକ୍ଷଣ ମହାରାଷ୍ଟ୍ରର କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି।
/sambad/media/post_attachments/wp-content/uploads/2019/12/Untitled-3-copy-3.jpg)
ଟୁଇଟରରେ ଜଣେ ବ୍ୟବହାରକାରୀ ଟୁଇଟ କରି ଏହାର ଏକ ସ୍କ୍ରିନ୍ସଟ୍ ସେୟାର କରି ସୂଚନା ଦେଇଛନ୍ତି କି, ଭଏସ୍ ଓଭର ଓ୍ଵାଇଫାଇ ପରୀକ୍ଷଣ ଆରମ୍ଭ ହୋଇଯାଇଛି। ତେବେ ଏହାକୁ ନେଇ ରିଲାଏନ୍ସ ଜିଓ ପକ୍ଷରୁ କୌଣସି ଅଧିକାରିକ ଘୋଷଣା ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/xreliancejio5-1574943519.jpg.pagespeed.ic_.wW3XgFJqPz.jpg)