ଜିଓର ଏହି ଦୁଇଟି ପ୍ରିପେଡ ପ୍ଲାନରେ ମିଳୁଛି ୫୦ ପ୍ରତିଶତର ଲାଭ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନି। କମ୍ପାନି ବ୍ୟବହାରକାରୀଙ୍କ ପାଇଁ ଅନେକ ପ୍ରକାର ପ୍ରିପେଡ ପ୍ଲାନ ଅଫର କରିଥାଆନ୍ତି। କମ୍ପାନି ନିକଟରେ ୨୨୨ ଟଙ୍କାର ଡାଟା ଭାଉଚର ଲଞ୍ଚ କରିଛି। ଏହାର ଭେଲିଡିଟି ୩୦ଦିନ ପର୍ଯ୍ୟନ୍ତ ରହିଛି। ଏବେ ଜିଓ ନିଜର କଷ୍ଟମର୍ସଙ୍କୁ ଏକ୍ସକ୍ଲୁସିଭ ଷ୍ଟୋର ଅଫର ଦେଉଛି।

ଅର୍ଥାତ ଏହି ଅଫର କେବଳ ଷ୍ଟୋରରୁ ରିଚାର୍ଜ କରୁଥିବା କଷ୍ଟମର୍ସ ପାଇଁ ଉପଲବ୍ଧ ରହିବ। ଏହାକୁ ନେଇ ପ୍ରଥମେ ଟେଲିକମ୍ ଟକ ରିପୋର୍ଟ କରିଥିଲା। ଏହି ଅଫରରେ କମ୍ପାନି ଦୁଇଟି ପ୍ଲାନର ଅଫର କରିଛି। ବ୍ୟବହାରକାରୀ ଏହି ପ୍ଲାନ୍ସକୁ ଅନଲାଇନ ତଥା ଅଫିସିଆଲ କମ୍ପାନି ୱେବସାଇଟ ଓ ଆପରୁ ରିଚାର୍ଜ କରି ପାରିବେ ନାହିଁ।

ଆପଣଙ୍କୁ ଯଦି ଏହି ପ୍ଲାନର ଫାଇଦା ଉଠାଇବାର ଅଛି, ତେବେ ଜିଓ ଷ୍ଟୋରକୁ ଯାଇ ଆପଣଙ୍କ ନମ୍ବରରେ ରିଚାର୍ଜ କରିବାକୁ ହେବ। ରିଲାଏନ୍ସ ଜିଓର କହିବାନୁସାରେ, କଷ୍ଟମରଙ୍କୁ ୫୦ପ୍ରତିଶତ ପର୍ଯ୍ୟନ୍ତ ଲାଭ ମିଳିବା ସହିତ ଡାଟା ଆଡ-ଅନ ପ୍ୟାକ ବି ମିଳିବ। ଅର୍ଥାତ ଏହି ପ୍ଲାନ ବେସ ପ୍ଲାନ ସହିତ କାମ କରିବ।

କମ୍ପାନି ଡାଟା ଆଡ-ଅନ ପ୍ୟାକ ଜରିଆରେ ୨୯ଟଙ୍କା ଓ ୧୯ଟଙ୍କାର ପ୍ୟାକ ଅଫର ଦେଉଛି। ଏହି ପ୍ଲାନ କେବଳ ଜିଓ ଷ୍ଟୋରରେ ଉପଳବ୍ଧ ହେବ। ୨୯ଟଙ୍କାର ପ୍ଲାନରେ ବ୍ୟବହାରକାରୀଙ୍କୁ ୨.୫ଜିବି ଡାଟା ମିଳିବ। ଏଥିସହିତ ଦେଖିବାକୁ ଗଲେ ୧୯ଟଙ୍କାର ପ୍ଲାନରେ ୧.୫ଜିବି ଡାଟା ରହୁଛି। ଅର୍ଥାତ ଏହି ପ୍ଲାନ୍ସ‌ ସହିତ ରିଚାର୍ଜ କରୁଥିବା ବ୍ୟବହାରକାରୀଙ୍କୁ ଅଧିକା ବେନିଫିଟ ମିଳିବ। ଏଥିପାଇଁ ସେମାନଙ୍କୁ ଜିଓ ଷ୍ଟୋରକୁ ଯିବାକୁ ପଡ଼ିବ। ତେବେ ଏବେ କଥା ଉଠୁଛି କି ରିଜାର୍ଜ ଡିଜିଟାଲ ଘରେ ବସି ହୋଇପାରୁଛି। ଏମିତିରେ କେତେଜଣ ବ୍ୟବହାରକାରୀ ଜିଓ ଷ୍ଟୋରକୁ ଯାଇ ରିଚାର୍ଜ କରିବେ ତାହା ଦେଖିବାର ଅଛି।

ଏହି ପ୍ଲାନଗୁଡ଼ିକର ଲିଷ୍ଟ କମ୍ପାନି ୱେବସାଇଟରେ ଦିଆଯାଇନାହିଁ। କମ୍ପାନି ୱେବସାଇଟ କିମ୍ବା ଆପରେ ୧୫ଟଙ୍କା ଓ ୨୫ ଟଙ୍କାର ପ୍ଲାନର ତାଲିକା ରହିଛି।

ସମ୍ବନ୍ଧିତ ଖବର