ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଡାଉନ୍ଲୋଡ୍ ବେଗ ଏପ୍ରିଲ୍ ମାସରେ ୧୯ ଏମ୍ବିପିଏସ୍ ରହିଛି ବୋଲି କଂପାନି ପକ୍ଷରୁ କୁହାଯାଇଛି। ୪ଜି ଡାଉନ୍ଲୋଡ୍ ବେଗରେ ଜିଓ ଅଗ୍ରଣୀ ଥିବା ପ୍ରକାଶ କରିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଆଧାରରେ ଜିଓ ପକ୍ଷରୁ ଏହି ଘୋଷଣା କରାଯାଇଛି। ଇଣ୍ଟରନେଟ୍ରେ ଭିଡିଓ ଦେଖିବା, ବ୍ରାଉଜ୍ କରିବା, ଇ-ମେଲ୍ ଖୋଲିବା ବେଳେ ଡାଉନ୍ଲୋଡ୍ ବେଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଟ୍ରାଇ ପକ୍ଷରୁ ଏହାର ମାଇଁସ୍ପିଡ୍ ଆପ୍ଲିକେସନ୍ ଜରିଆରେ ତଥ୍ୟ ସଂଗ୍ରହ କରି ଡାଉନ୍ଲୋଡ୍ ବେଗ ପ୍ରକାଶ କରାଯାଇଥାଏ।