ଜିଓ ପକ୍ଷରୁ ଅଟୋ ଏକ୍ସପୋ-୨୦୨୦ରେ ଆଗାମୀ ପିଢ଼ିର କନେକ୍ଟେଡ ଯାନବାହନ ବ୍ୟବସ୍ଥା ପ୍ରଦର୍ଶିତ

ଭୁବନେଶ୍ୱର: ଗ୍ରେଟର ନୋଏଡା ଠାରେ ଆୟୋଜିତ ହୋଇଥିବା ଅଟୋ ଏକ୍ସପୋ ୨୦୨୦ରେ ରିଲାଏନ୍ସ ଜିଓ ପକ୍ଷରୁ ଆଗାମୀ ପିଢ଼ିର କନେକ୍ଟେଟ ଯାନବାହନ ବ୍ୟବସ୍ଥା ପ୍ରଦର୍ଶିତ କରାଯାଇଛି।ଯାନବାହନ ଶିଳ୍ପର ସଂପ୍ରତି ପ୍ରଯୁକ୍ତି ଓ ସଂଯୋଗ (କନେକ୍ଟିଭିଟି)ର ନୂତନ ଯୁଗରେ ଦ୍ରୁତ ଗତିରେ ପ୍ରବେଶ କରିଛି ଯେଉଁଠାରେ ଗ୍ରାହକମାନେ କେବଳ ଉକ୍ରୃଷ୍ଟ ମେସିନ ନୁହେଁ ବରଂ ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ) ଓ ଟେଲିମେଟିକ୍ସ ଭଳି ପ୍ରଯୁକ୍ତି ଦ୍ୱାରା ପ୍ରଭାବିତ ହେଉଛନ୍ତି । ଯାନବାହନ ଶିଳ୍ପ ସମେତ ସମଗ୍ର ଶିଳ୍ପ କ୍ଷେତ୍ରରେ ଡିଜିଟାଲ୍ ବ୍ୟବସ୍ଥାର ଗ୍ରହଣୀୟତା ବଢ଼ାଉଥିବା ଜିଓ ଗ୍ରାହକମାନଙ୍କ ଅନୁଭୂତିକୁ ରୁଦ୍ଧିମନ୍ତ କରିବା ଲାଗି ନୂତନ ପ୍ରଯୁକ୍ତି ଉପରେ କାର୍ଯ୍ୟ କରିଆସୁଛି ।

ସମସ୍ତ ଟଚ୍‌ପଏଣ୍ଟରେ ଗ୍ରାହକ ଅନୁଭୂତିକୁ ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରୁଥିବା ଜିଓ ଅଟୋ ଏକ୍ସପୋ ୨୦୨୦ରେ ଭବିଷ୍ୟତର କନେକ୍ଟେଡ ଯାନବାହନରେ ବ୍ୟବହାର ହେବାକୁ ଥିବା କନେକ୍ଟିଭିଟି, ନେଟୱର୍କ ଏବଂ ଏଥି ସଂପର୍କିତ ପ୍ରଯୁକ୍ତିର ବ୍ୟାବହାରିକ ଉଦାହରଣ ପ୍ରଦର୍ଶିତ କରିଛି । କନେକ୍ଟିଟିଭି (ସଂଯୋଗ), ଡିଭାଇସ ମ୍ୟାନେଜମେଂଟ (ଉପକରଣ ପରିଚାଳନା), ପ୍ରାୟୋଗ ଏବଂ ଆନାଲିଟିକ୍ସ ଆଦି ସହିତ ଯାନବାହନକୁ କନେକ୍ଟେଡ ଯାନବାହନରେ ପରିଣତ କରିବା ଲାଗି ଏହି ସବୁ ବ୍ୟବସ୍ଥାଗୁଡ଼ିକୁ ବ୍ୟବହାର କରାଯିବ।

ଅଟୋ ଏକ୍ସପୋ ୨୦୨୦ରେ ଜିଓର ଫ୍ୟୁଚର ରେଡି ଡିଜିଟାଲ ଏକ୍ସପ୍ରେସୱେ ମଧ୍ୟରେ ଅଟୋମୋଟିଭ୍ କନେକ୍ଟିଭିଟି ସମାଧାନ ସମୂହ, ସାର୍ଟିଫାଏଡ ଡିଭାଇସ ଓ ହାର୍ଡଓୟାର, ସମନ୍ୱିତ କ୍ଲାଉଡ ଓ ସେବା ପ୍ଲାଟଫର୍ମ ଏବଂ ଭାରତ ବ୍ୟାପୀ ସେବା ଓ ସହାୟତା ନେଟୱର୍କକୁ ଉପସ୍ଥାପନ କରାଯାଇଛି । ଯାନବାହନ ଶିଳ୍ପରେ ବ୍ୟବହାର ହେବାକୁ ଥିବା ଏହି ବ୍ୟବସ୍ଥାଗୁଡ଼ିକ ହେଉଛି ଏକ ସୁରକ୍ଷିତ ଓ ବିସ୍ତୃତ ଆଇଓଟି ସମାଧାନ ସୃଷ୍ଟି କରିବା ଲାଗି ଜିଓର ଦକ୍ଷତାର ପ୍ରଦର୍ଶନ ଯାହା ଶିଳ୍ପ କ୍ଷେତ୍ରରର ଡିଜିଟାଲ ପରିବର୍ତନକୁ ଆଗକୁ ବଢ଼ାଇବାରେ ସହାୟକ ହେବ । ଅଟୋ ଏକ୍ସପୋ ୨୦୨୦ରେ ଜିଓ ପକ୍ଷରୁ କନେକ୍ଟେଡ ଯାନବାହନ ବ୍ୟବସ୍ଥା ନେଇ ପ୍ରଦର୍ଶିତ କରାଯାଇଥିବା ବିଭିନ୍ନ ବ୍ୟାବହାରିକ ଉଦାହରଣ ମଧ୍ୟରେ ରହିଛି ଅତ୍ୟାଧୁନିକ “ଡ୍ରାଇଭର ଆସିଷ୍ଟାଂଟ ସିଷ୍ଟମ’, ଯାହା ଦ୍ୱାରା ସମ୍ଭାବିତ ବିପଦ ଓ ସମସ୍ୟା ସମ୍ପର୍କରେ ଏହା ଚାଳକଙ୍କୁ ସୁଚିତ କରିପାରିବ । ଏଥି ସହିତ ପ୍ରଦର୍ଶିତ ହୋଇଥିବା “ଅନବୋର୍ଡ ଡାଇଗ୍ନୋଷ୍ଟିକ କାର କନେକ୍ଟ’ ଜରିଆରେ କାରକୁ ଏକ ୱାଇ ଫାଇ ଜୋନରେ ପରିବର୍ତିତ କରାଯାଇପାରିବ ଏବଂ କାରକୁ ବିଭିନ୍ନ ସେନସରଗୁଡିକୁ ସଂଯୁକ୍ତ କରାଯାଇପାରିବ ଯାହା ଦ୍ୱାରା କାରକୁ ସୁରକ୍ଷା ଓ ରକ୍ଷଣାବେକ୍ଷଣ ସଂପର୍କିତ ସୂଚନା ମୋବାଇଲରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର