ଡିସେମ୍ବର ୨୫କୁ ବଢିଲା ରିଲାଏନ୍ସ ଜିଓର ଟ୍ରିପଲ କ୍ୟାସବ୍ୟାକ୍‌ ଅଫରର ମିଆଦ

ମୁମ୍ବାଇ : ରିଲାଏନ୍ସ ଜିଓ ପକ୍ଷରୁ ଗତ ମାସରେ ଘୋଷିତ ଟ୍ରିପିଲ କ୍ୟାସବ୍ୟାକ୍‌ ଅଫରକୁ ଆଉ ଥରେ ସଂପ୍ରସାରଣ କରାଯାଇଛି । ପୂର୍ବରୁ ଏହି ଅଫର ନଭେମ୍ବର ୨୫ରେ ସମାପ୍ତ ହେବାର ଥିଲା, କିନ୍ତୁ ଏହି ସମୟକୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ବଢାଇଦିଆଯାଇଥିଲା । କିନ୍ତୁ ଏବେ ତାହାକୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ତେବେ ଏଥର ଏଥିରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ଉଭୟ ନୂଆ ଓ ପୁରୁଣା ଗ୍ରାହକ ଏବେ ପେଟିଏମରୁ ମାତ୍ର ୧୫ ଟଙ୍କା କ୍ୟାସବ୍ୟାକ୍‌ ପାଇବେ । ପୂର୍ବରୁ ନୂଆ ୟୁଜରମାନେ ୫୦ ଟଙ୍କାର କ୍ୟାସବ୍ୟାକ୍‌ ପାଉଥିଲେ ।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓର ଟ୍ରିପିର କ୍ୟାସବ୍ୟାକ୍‌ ଅଫର ଅଧିନରେ ଜିଓ ପ୍ରାଇମ୍‌ ଗ୍ରାହକମାନେ ପ୍ରତି ରିଚାର୍ଜରେ ୨୫୯୯ ଟଙ୍କା ପର୍ଯ୍ୟନ୍ତ ଟ୍ରପିଲ କ୍ୟାସବ୍ୟାକ୍‌ ପାଇପାରିବେ । ଅଫର ପିରିୟଡ (୧୦ ନଭେମ୍ବର ରୁ ୨୫ ଡିସେମ୍ବର ମଧ୍ୟରେ ) ୩୯୯ ଟଙ୍କାର ପ୍ରତି ରିଚାର୍ଜ ଉପରେ ଏହି ଅଫର ମିଳିପାରିବ । ଜିଓ ପକ୍ଷରୁ ୫୦ ଟଙ୍କା ଲେଖାଏଁ ୮ଟି କ୍ୟାସବ୍ୟାକ୍‌ (ମୋଟ୍‌ ୪୦୦ ଟଙ୍କାର ) ଭାଉଚର ପ୍ରଦାନ କରାଯିବ । ଏସବୁ ଭାଉଚର ଗୁଡ଼ିକ ମାଇଜିଓ ଆପ୍‌ରେ ସଙ୍ଗେ ସଙ୍ଗେ ମିଳିପାରିବ ଓ ଭବିଷ୍ୟତରେ ରିଚାର୍ଜ କରିବା ଲାଗି ବ୍ୟବହାର କରିହେବ । ଏହାକୁ ଅନ୍ୟମାନଙ୍କୁ ମଧ୍ୟ ପ୍ରଦାନ ଦେଇହେବ । ଇନଷ୍ଟାଣ୍ଟ କ୍ୟାସ ବ୍ୟାକ୍‌ ପାଇବା ପାଇଁ ଏହା ଅନ୍ୟ ଡିଜିଟାଲ ଓ୍ଵାଲେଟ୍‌ ମାନଙ୍କ ସହ ମଧ୍ୟ ସହବନ୍ଧନ କରିଛି ।

ସମ୍ବନ୍ଧିତ ଖବର