ଜିଓଫାଇବର୍‌ ପ୍ଲାନ୍‌ ୬୯୯ ଟଙ୍କାରୁ ଆରମ୍ଭ

ମୁମ୍ବାଇ: ଜିଓ ପକ୍ଷରୁ ଆଜି ଜିଓଫାଇବର୍ ସେବା ଆରମ୍ଭ କରାଯାଇଛି। ଦେଶର ୧୬୦୦ଟି ସହରରେ ଉକ୍ତ ସେବା ଆରମ୍ଭ ଘୋଷଣା କରାଯାଇଛି। ଭାରତର ପ୍ରଥମ ୧୦୦ ପ୍ରତିଶତ ଅଲ-ଫାଇବର ବ୍ରଡବ୍ୟାଣ୍ଡ୍ ସେବା ୧୦ ଏମବିପିଏସରୁ ଆରମ୍ଭ ହୋଇ ୧ ଜିବିପିଏସ ପର୍ଯ୍ୟନ୍ତ ଯିବ। ଏହି ସେବା ଆରମ୍ଭ ଦ୍ବାରା ଭାରତ ବିଶ୍ବର ଶ୍ରେଷ୍ଠ ୫ଟି ବ୍ରଡବ୍ୟାଣ୍ଡ୍ ଦେଶ ତାଲିକାକୁ ଉନ୍ନୀତ ହୋଇପାରିବ ବୋଲି କମ୍ପାନି କହିଛି। ଜିଓଫାଇବରରେ ଅଲ୍ଟ୍ରା ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ (୧ଜିବିପିଏସ୍‌ ପର୍ଯ୍ୟନ୍ତ); ମାଗଣା ‌ଘରୋଇ ଭଏସ କଲିଂ, କନଫେରେନ୍ସିଂ ଏବଂ ଅନ୍ତର୍ଜାତୀୟ କଲିଂ; ଟିଭି ଭିଡିଓ କଲିଂ ଆଣ୍ଡ କନଫେରେନ୍ସିଂ; ଏଣ୍ଟରଟେନମେଣ୍ଟ୍ ଓଟିଟି ଆପ୍; ଗେମିଂ; ହୋମ୍ ନେଟୱାର୍କିଂ; ଡିଭାଇସ୍ ସିକ୍ୟୁରିଟି; ଭିଆର୍ ଏକ୍ସପେରିଏନ୍ସ ଏବଂ ପ୍ରିମିୟମ କଣ୍ଟେଣ୍ଟ ପ୍ଲାଟଫର୍ମ ଉପଲବ୍ଧ ହେବ। ମାସିକ ଶୁଳ୍କ ୬୯୯ ଟଙ୍କାରୁ ଏହି ସେବା ଉପଲବ୍ଧ ହେବ। ଉକ୍ତ ଶୁଳ୍କ ୮୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ଦେଶର ସବୁ ବର୍ଗର ଗ୍ରାହକଙ୍କୁ ଜିଓଫାଇବର ସେବା ଯୋଗାଇ ଦେବା ପାଇଁ ଅନ୍ତର୍ଜାତୀୟ ସ୍ତରର ଦର ତୁଳନାରେ ଏକ ଦଶମାଂଶ ମୂଲ୍ୟରେ ଜିଓ ଦର ନେବ ବୋଲି କହିଛି। ଗ୍ରାହକମାନେ ୩ମାସ, ୬ ମାସ ଏବଂ ୧୨ ମାସର ଦୀର୍ଘମିଆଦୀ ପ୍ଲାନ ନେଇପାରିବେ। ବ୍ୟାଙ୍କ ସହଯୋଗରେ ଗ୍ରାହକମାନେ ମାସିକ କିସ୍ତିରେ ବାର୍ଷିକ ଯୋଜନା ନେଇପାରିବେ। କମ୍ପାନି ପକ୍ଷରୁ ଜିଓଫାଇବର ୱେଲକମ୍ ଅଫର୍ ମଧ୍ୟ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର