ଜିଓଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା ଓଡ଼ିଶାର ୨୫ଟି ସହରକୁ ସଂପ୍ରସାରିତ

ଭୁବନେଶ୍ୱର:  ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବର୍ ରାଜ୍ୟର ୨୫ଟି ପ୍ରମୁଖ ନଗର ଓ ସହରର ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ସେବା ପ୍ରଦାନ ଆରମ୍ଭ କରିଛିି । ନିକଟରେ ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ ହେବା ସହିତ ଜିଓଫାଇବର ଏବେ ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ନଗର ଓ ସହରାଂଚଳକୁ ତାହାର ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି ।

ବ୍ରହ୍ମପୁର ସହରରେ ଜିଓଫାଇବର ସେବା ଏବେ ଆଙ୍କୁଲି, ନିଗମ ନଗର, କମାପଲ୍ଲି, ଅଶୋକ ନଗର, ରାମହରି ନଗର, ଅରବିନ୍ଦ ନଗର ଏବଂ ନିକଟବର୍ତ୍ତୀ ଅଂଚଳରେ ଉପଲବ୍ଧ ହେଉଥିବାବେଳେ ସହରର ଅନ୍ୟାନ୍ୟ ସ୍ଥାନକୁ ସମ୍ପ୍ରସାରଣ ଜାରି ରହିଛି । ଅନୁରୂପ ଭାବେ ଖୋର୍ଦ୍ଧା ସହରରେ ଜିଓଫାଇବର ସମ୍ପ୍ରତି ଶ୍ରୀରାମ ନଗର, ମଙ୍ଗଳନଗର, ବିଡିଏ କଲୋନି ଏବଂ ନୂଆ ବସଷ୍ଟାଣ୍ଡ ଅଂଚଳରେ ଉପଲବ୍ଧ ହୋଇଛି । କୋରାପୁଟ ଜିଲାର ଜୟପୁର ସହରରେ ଜିଓଫାଇବର ପ୍ରଥମ ପର୍ଯ୍ୟାୟରେ ପିଆର ପେଟା, ବ୍ୟାଙ୍କ କଲୋନି, କୁମ୍ଭାର ସାହି, ବିକ୍ରମ ନଗର, ଲାଲ୍ ଷ୍ଟ୍ରିଟ, କେସିସି ବ୍ୟାଙ୍କ ଜଙ୍କ୍ସନ ଏବଂ ନିକଟବର୍ତ୍ତୀ ଅଂଚଳରେ ଉପଲବ୍ଧ ହେଉଛି । ଅନୁରୂପ ଭାବେ ବାଲେଶ୍ୱରରେ ତାହାର ସମ୍ପ୍ରସାରଣ ଅଭିଯାନ ଜାରିରଖି ଜିଓଫାଇବର ସେବା ଏବେ ସେଣ୍ଟ୍ରାଲ ସ୍କୁଲ ଛକ, ଭୋଇ ସାହି ଏବଂ ନିକଟବର୍ତ୍ତୀ ଅଂଚଳରେ ଉପଲବ୍ଧ ହୋଇଛି ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ସହରର ଅନ୍ୟ ଅଂଚଳକୁ ଦ୍ରୁତ ସମ୍ପ୍ରସାରିତ ହେବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର