ଜିଓକୁ ୩ଟି ଗୋଲଡେନ୍ ଗ୍ଲୋବ୍ ଟାଇଗର୍ସ ଆୱାର୍ଡ

ଭୁବନେଶ୍ବର: ଗୋଲଡେନ୍ ଗ୍ଲୋବ୍ ଟାଇଗର୍ସ ଆୱାର୍ଡ ୨୦୧୯ରେ ଭାରତର ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ ୩ଟି ସମ୍ମାନ ହାସଲ କରିଛି। ଜିଓକୁ ମାର୍କେଟ ଲିଡରସିପ୍ ଆୱାର୍ଡ ମିଳିଥିବାବେଳେ ଜିଓ କ୍ରିକେଟ ପ୍ଲେ ଆଲଙ୍ଗ୍ (ଜେସିପିଏ)କୁ ସର୍ବୋତ୍କୃଷ୍ଟ ପ୍ରଚାର- ମୋବାଇଲ ଗେମିଂ ପରିବେଶରେ ବିଜ୍ଞାପନ ପୁରସ୍କାର ମିଳିଛି। ଏଥିସହିତ ଭାରତରେ ଡିଜିଟାଲ ପରିବର୍ତନ ଆଣିଥିବା ଜିଓଫୋନକୁ ମଧ୍ୟ ପୁରସ୍କାର ମିଳିଛି। ଏହାକୁ ବେଷ୍ଟ ମୋବାଇଲ ଷ୍ଟ୍ରାଟେଜି ସମ୍ମାନ ପ୍ରଦାନ କରାଯାଇଛି। ଜିଓ ଉପରୋକ୍ତ ୩ଟି ବର୍ଗରେ ସମ୍ମାନ ହାସଲ କରି କମ୍ପାନି ପାଇଁ ଗର୍ବ ଆଣିଛି। ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରଠାରେ‌ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ମାର୍କେଟିଂ, ବ୍ରାଣ୍ଡିଂ, ସିଏସଆର ଇନୋଭେସନ, ଶିକ୍ଷା ଏବଂ ଅନ୍ୟାନ୍ୟ ବିଭାଗରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିଥିବା କମ୍ପାନି ଗୁଡ଼ିକୁ ‘ଟାଇଗର’ଭାବେ ସ୍ବୀକୃତି ଦିଆଯାଇ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

ସମ୍ବନ୍ଧିତ ଖବର