୫୦୦ ଟଙ୍କାରୁ ଆରମ୍ଭ ହେବ ଜିଓ ଗିଗାଫାଇବର ପ୍ଲାନ

ମୁମ୍ବାଇ : ଆସନ୍ତା ଅଗଷ୍ଟ ୧୫ରୁ ରିଲାଏନ୍ସ ଜିଓ ପକ୍ଷରୁ ଜିଓଗିଗା ଫାଇବର ସେବା ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କରିବ । ଏହି ସେବାର ମାସିକ ପ୍ଲାନ ସଂପର୍କରେ କମ୍ପାନି ଆନୁଷ୍ଠାନିକ ଘୋଷଣା କରିନଥିଲେ ମଧ୍ୟ ମିଳିଥିବା ସୂଚନା ମୁତାବକ କମ୍ପାନିର ଏହି ବ୍ରଡବ୍ୟାଣ୍ଡ ପ୍ଲାନ ମାସିକ ୫୦୦ ଟଙ୍କାରୁ ଆରମ୍ଭ ହେବ । ଏହି ପ୍ଲାନ ନେଲେ ମାସକୁ ୩୦୦ ଜିବି ଡାଟା ୫୦ ଏମବିପିଏସ ସ୍ପିଡରେ ମିଳିବ । ଆଉ ଏକ ପ୍ଲାନ ହଉଛି ୭୫୦ ଟଙ୍କିଆ ପ୍ଲାନ । ଏହା ହେଲେ ମାସକୁ ୪୫୦ ଜିବି ଡାଟା ଓ ୯୯୯ ଟଙ୍କା ପ୍ଲାନ ନେଲେ ୬୦୦ ଜିବି ଡାଟା ମିଳିବ ।

ଅନ୍ୟପକ୍ଷରେ ରିଲାଏନ୍ସ ଜିଓ ଭାରତର ବୃହତ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ସହ ଏକ ସହବନ୍ଧନ କରିଛି । ଏହି ଚୁକ୍ତି ଅନୁସାରେ ଏସବିଆଇର ୟୋନୋ ଆପ ମାଇଜିଓ ପ୍ଲାଟଫର୍ମରେ ଇଣ୍ଟିଗ୍ରେଟ ହୋଇ ଆସିବ । ଏହା ଫଳରେ ଏସବିଆଇ ଜିଓର ନେଟଓ୍ଵାର୍କକୁ ବ୍ୟବହାର କରି ନିଜର ଡିଜିଟାଲ କାରବାରକୁ ଆହୁରି ବୃଦ୍ଧି କରିପାରିବ । ଏହା ଛଡ଼ା ଜିଓ ଏସବିଆଇ ଗ୍ରାହକମାନଙ୍କୁ ସୁଲଭ ଦରରେ କନେକ୍ଟିଭିଟି ଓ ହାଣ୍ଡସେଟ ଯୋଗାଇଦେବ । ଅର୍ଥାତ ଏସବିଆଇ ଗ୍ରାହକମାନେ ଜିଓ ହାଣ୍ଡସେଟ କିଣିଲେ ସ୍ୱତନ୍ତ୍ର ରିହାତି ପାଇପାରିବେ । ପୂର୍ବରୁ ଜିଓ ପକ୍ଷରୁ ଲଞ୍ଚ୍‌ କରାଯାଇଥିବା ଜିଓ ପେମେଣ୍ଟ ବ୍ୟାଙ୍କରେ ରିଲାଏନ୍ସର ୭୦ ପ୍ରତିଶତ ଓ ଏସବିଆଇର ୩୦ ପ୍ରତିଶତ ଅଂଶଧନ ରହିଛି ।

ସମ୍ବନ୍ଧିତ ଖବର