ରେଡ୍‌ମି ନୋଟ୍‌ ୫ ଓ ନୋଟ୍‌ ୫ ପ୍ରୋ କିଣିଲେ ଜିଓ ଦେଉଛି ୨୨୦୦ ଟଙ୍କାର କ୍ୟାସବ୍ୟାକ୍‌, କିପରି କ୍ୟାସବ୍ୟାକ ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ: ଗତକାଲି ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ସାଓମୀ ପକ୍ଷରୁ ଗତକାଲି ଲଞ୍ଚ କରାଯାଇଥିବା ନୂଆ ରେଡ୍‌ମି ନୋଟ୍‌ ୫ ଓ ରେଡ୍‌ମି ନୋଟ୍‌ ୫ ପ୍ରୋ ସହିତ ଏକ ଆକର୍ଷଣୀୟ ଅଫର ମିଳୁଛି । କମ୍ପାନି ରିଲାଏନ୍ସ ଜିଓ ସହିତ ମିଶି ଏକ ୨୨୦୦ ଟଙ୍କାର କ୍ୟାସବ୍ୟାକ୍‌ ପ୍ରଦାନ କରୁଛି । ତେବେ ଏହି କ୍ୟାସବ୍ୟାକ ପାଇବାକୁ ହେଲେ ଗ୍ରାହକଙ୍କୁ ନୂଆ ରେଡ୍‌ମି ନୋଟ୍‌ ୫ କିମ୍ବା ରେଡ୍‌ମି ନୋଟ୍‌ ୫ ପ୍ରୋ ସ୍ମାର୍ଟଫୋନ କିଣିବାକୁ ହେବ । ଏହା ପରେ ମାଇଜିଓ ଆପ୍‌କୁ ଯାଇ ୧୯୮ ବା ୨୯୯ ଟଙ୍କିଆ ପ୍ଲାନ ପକାଇବାକୁ ହେବ । ଏପରି କଲେ ଆପଣ କ୍ୟାସବ୍ୟାକ୍‌ ପାଇବାକୁ ଯୋଗ୍ୟ ହୋଇପାରିବେ । ଏହା ସହିତ ଆପଣଙ୍କର ପ୍ରଥମ ତିନୋଟି ରିଚାର୍ଜରେ ଡବଲ ଡାଟା ମଧ୍ୟ ମିଳିପାରିବ । ମନେକର ଆପଣ ୧୯୮ ଟଙ୍କା ପ୍ଲାନ ପକାଇଲେ, ଯାହାକି ଦିନକୁ ୨ ଜିବି ଡାଟା ପ୍ରଦାନ କରୁଛି । କିନ୍ତୁ ଆପଣଙ୍କୁ ମିଳିବ ୪ ଜିବି ଡାଟା ।

ତେବେ ଏକାଥରକେ ଏହି କ୍ୟାସବ୍ୟାକ୍‌ ମିଳିବ ନାହିଁ । ଏହି ୨୨ ଶହ ଟଙ୍କାର କ୍ୟାସବ୍ୟାକ ୫୦ ଟଙ୍କା ହିସାବରେ ୪୪ଟି ଭାଉଚର ରୂପରେ ମିଳିବ । ଭବିଷ୍ୟତରେ ମାଇଜିଓ ଆପ୍‌ ବ୍ୟବହାର କରି ଏହି ଭାଉଚର ଗୁଡ଼ିକୁ ବ୍ୟବହାର କରିହେବ । ତେବେ ଥରକେ ଗୋଟିଏ ୫୦ ଟଙ୍କିଆ ଭାଉଚର ବ୍ୟବହାର କରିହେବ ।

ସମ୍ବନ୍ଧିତ ଖବର