ଜିଓ-ଗୁଗୁଲ ଲଞ୍ଚ କରିବେ ସବୁଠାରୁ ଶସ୍ତା ସ୍ମାର୍ଟଫୋନ ‘ଜିଓ ଫୋନ ନେକ୍ସଟ’, ସେପ୍ଟେମ୍ବର ୧୦ରେ ବଜାରରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ରିଲାଏନ୍ସ କମ୍ପାନୀ ଆଜିର ତାର ୪୪ତମ ବାର୍ଷିକ ବୈଠକ ଆୟୋଜନ କରୁଛି । ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କିଛି ବଡ଼ ଘୋଷଣା କରିଛନ୍ତି । ଗୁଗୁଲ ଓ ଜିଓ ମିଳିତ ଭାବେ ଏକ ସ୍ମାର୍ଟ ଫୋନ ଲଞ୍ଚ କରିଛନ୍ତି, ଯାହାର ନାଁ ହେଉଛି ଜିଓ ଫୋନ ନେକ୍ସଟ । ଏହି ଫୋନ ଦୁନିଆର ସବୁଠାରୁ ଶସ୍ତା ଫୋନ ବୋଲି ସେ ଦାବି କରିଛନ୍ତି ।

ଜିଓ ଫୋନ ନେକ୍ସଟ ଏକ ଫିଚର ସ୍ମାର୍ଟ ଫୋନ । ଏଥିରେ ଗୁଗୁଲ ଓ ଜିଓର ସମସ୍ତ ଆପ୍ଲିକେସନ ମିଳିବ । ଏହି ଫୋନରେ ଭଏଶ ଆସିଷ୍ଟାଣ୍ଟ ଓ ଲାଙ୍ଗୁଏଜ ଟ୍ରାନ୍ସଲେସନର ଫିଚର ମଧ୍ୟ ମିଳିବ । ଏହି ଫୋନ ସେପ୍ଟେମ୍ବର ୧୦ରେ ଭାରତରେ ଲଞ୍ଚ ହେବ । ଭାରତ ଛଡା ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଏହି ଫୋନ ଲଞ୍ଚ କରିବ ଜିଓ ।

ଏହାସହ ଭାରତରେ ୫ଜି ସେବା ପାଇଁ ମଧ୍ୟ ରିଲାଏନ୍ସ ପ୍ରସ୍ତୁତ ହୋଇ ସାରିଥିବା କହିଛନ୍ତି ମୁକେଶ ଅମ୍ବାନୀ। ଦେଶରେ ୫ଜି ସେବା ଆରମ୍ଭ କରିବାକୁ ପୂର୍ବରୁ ଘୋଷଣା କରିଥିଲା ରିଲାଏନ୍ସ । ତେବେ ଏନେଇ କାମ ଆରମ୍ଭ କରାଯିବ ବୋଲି କମ୍ପାନି ଘୋଷଣା କରିଛି ।

ସମ୍ବନ୍ଧିତ ଖବର