ନୂଆଦିଲ୍ଲୀ: ଜିଓ, ଏୟାରଟେଲ, ଭିଆଇ ନିକଟରେ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ)ଙ୍କ ନିର୍ଦ୍ଦେଶ ପରେ ନୂଆ ରିଚାର୍ଜ ପ୍ଲାନ ଲଞ୍ଚ୍ କରି ଦେଇଛନ୍ତି।
କମ୍ପାନି ପୁରୁଣା ରିଚାର୍ଜ ପ୍ଲାନକୁ ହଟାଇ ଦୁଇଟି ନୂଆ ପ୍ଲାନ ଲଞ୍ଚ୍ କରିଛି। ଯେଉଁଥିରେ ୮୪ଦିନର ପ୍ଲାନ ସାମିଲ ରହିଛି। ଏହା ୮୪ଦିନର ଭେଲିଡିଟି ଥିବା ସବୁଠାରୁ ଶସ୍ତା ପ୍ଲାନ।
ଅଧିକପଢ଼ନ୍ତୁ:ଦୁଇଟି ଟ୍ରେନ ମଧ୍ୟରେ ଧକ୍କା, ଧାରଣାଚ୍ୟୁତ ହେଲା ୩ ବଗି
ଏହି ରିଚାର୍ଜ ପ୍ଲାନର ମୂଲ୍ୟ ୪୪୮ ଟଙ୍କାର ରହିଛି। ଯାହା ୮୪ଦିନର ଭେଲିଡିଟି ସହିତ ଆସିଥିବା ଅନ୍ୟ ରିଚାର୍ଜ ତୁଳନାରେ କମ ରହିଛି। ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ଅନଲିମିଟେଡ କଲିଂର ଫାଇଦା ମିଳିବ। ଏଥିରେ ଲୋକାଲ ଓ ଏସଟିଡି ଉଭୟ କଲ ସାମିଲ ରହିଛି।
ଜିଓର ଏହି ନୂଆ ରିଚାର୍ଜ ପ୍ଲାନରେ ବ୍ୟବହାରକାରୀଙ୍କୁ ମୋଟ ୧,୦୦୦ଏସଏମଏସ ବ୍ୟବହାର କରିବାର ସୁବିଧା ମିଳିବ। ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଜିଓର ୪୪୮ଟଙ୍କାର ରିଚାର୍ଜ ପ୍ଲାନରେ ବ୍ୟବହାରକାରୀଙ୍କୁ ଇଣ୍ଟରନେଟ ସୁବିଧା ମିଳିବ ନାହିଁ।
ଅଧିକପଢ଼ନ୍ତୁ:ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି: ମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/26/vuLgthq6v98ZC2MiEIdS.jpg)