ନୂଆଦିଲ୍ଲୀ: ଲକ୍ଷଲକ୍ଷ ଉପଭୋକ୍ତାଙ୍କୁ ଆଶ୍ଚର୍ଯ୍ୟ କରି ଜିଓ ପୁଣି ଥରେ ଏକ ଶସ୍ତା ରିଚାର୍ଜ ପ୍ଲାନ ଆରମ୍ଭ କରିଛି । କମ୍ପାନିର ୧୧ଟଙ୍କା ମୂଲ୍ୟର ଏହି ଶସ୍ତା ରିଚାର୍ଜ ପ୍ଲାନରେ ଗ୍ରାହକମାନେ ମନଭରି ଇଣ୍ଟରନେଟ୍ ବ୍ୟବହାର କରିପାରିବେ ।
ରିଲାଏନ୍ସ ଜିଓର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ବିଶେଷ ଭାବେ ସେହି ଗ୍ରାହକମାନଙ୍କ ପାଇଁ ଫଳପ୍ରଦ ହେବ ଯେଉଁମାନେ ଅଧିକ ଡାଟା ବ୍ୟବହାର କରିଥାଆନ୍ତି। ଜିଓ ଏହି ଛୋଟ ପ୍ଲାନକୁ ଡାଟା ପ୍ୟାକ୍ ଭାବରେ ଲଞ୍ଚ କରିଛି।
୧୧ ଟଙ୍କା ମୂଲ୍ୟର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ଗ୍ରାହକମାନେ ମୋଟ ୧୦ ଜିବି ହାଇ ସ୍ପିଡ୍ ଡାଟାର ଲାଭ ପାଇପାରିବେ। ଏହି ପ୍ଲାନକୁ ଗ୍ରାହକମାନେ ପୂର୍ବରୁ ଚାଲୁଥିବା ପ୍ଲାନ ସହିତ ମଧ୍ୟ ବ୍ୟବହାର କରି ପାରିବେ।
ଗ୍ରାହକଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏହି ୧୦ ଜିବି ଡାଟା ବ୍ୟବହାର କରିବାକୁ ଗ୍ରାହକମାନଙ୍କୁ ମାତ୍ର ୧ ଘଣ୍ଟାର ସମୟ ମିଳିବ।
ଜିଓ ବ୍ୟତୀତ ଏୟାରଟେଲ ବି ୧୧ ଟଙ୍କାର ପ୍ଲାନ ଦେଉଛି। ଯେଉଁଥିରେ ୧୦ ଜିବି ଡାଟା ମଧ୍ୟ ଦିଆଯାଉଛି। ଏୟାରଟେଲ ଓ ଜିଓର ଏହି ପ୍ଲାନଗୁଡ଼ିକ ବିଶେଷ ଭାବେ ସେହି ଗ୍ରାହକଙ୍କ ପାଇଁ ଫଳପ୍ରଦ ହେବ ଯେଉଁମାନେ ଅଧିକ ଫାଇଲ ଡାଉନଲୋଡ୍ କରନ୍ତି କିମ୍ବା ସଫ୍ଟୱେୟାର ଅପଡେଟ୍ କରିବାକୁ ମୋବାଇଲ୍ ଡାଟା ବ୍ୟବହାର କରନ୍ତି।
ବିଏସଏନଏଲର ସବୁଠାରୁ ଛୋଟ ଡାଟା ପ୍ୟାକ୍ ୧୬ ଟଙ୍କା ରହିଛି। ସରକାରୀ ଟେଲିକମ୍ କମ୍ପାନୀ ଏହି ଯୋଜନାରେ ଗ୍ରାହକଙ୍କୁ ୨ ଜିବି ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି ଏବଂ ଏହି ପ୍ଲାନର ବୈଧତା ଗୋଟିଏ ଦିନ ପାଇଁ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/13/JBZRbkPkWvMMe2yejYwL.jpg)