ଜିଓ ଲଂଚ କଲା ତିନିଟି କ୍ରିକେଟ ପ୍ଲାନ, ଦେଖିପାରିବେ ଲାଇଭ ଷ୍ଟ୍ରିମିଙ୍ଗ

ନୂଆଦିଲ୍ଲୀ: ଆସନ୍ତା ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ | ଆଉ ମୋବାଇଲରେ ଲାଇଭ ଷ୍ଟ୍ରିମିଙ୍ଗ ଦେଖିବାକୁ ଅପେକ୍ଷା କରିଥିବା କ୍ରିକେଟପ୍ରେମୀଙ୍କ ପାଇଁ ରିଲାଏନ୍ସ ଜିଓ ତିନିଟି ପ୍ରି-ପେଡ୍ ପ୍ଲାନ ଲଞ୍ଚ କରିଛି | କ୍ରିକେଟ୍ ପ୍ରଶଂସକଙ୍କୁ ଧ୍ୟାନରେ ରଖି ଏହି ତିନିଟି ଯୋଜନା ଆରମ୍ଭ କରାଯାଇଛି। ଏହି ନୂତନ ଯୋଜନାଗୁଡିକରେ, ଜିଓ ପ୍ରି-ପେଡ୍ ବ୍ୟବହାରକାରୀମାନେ ଡିସ୍ନି ସହ ହଟଷ୍ଟାରର ଏକ ବର୍ଷର ସବସ୍କ୍ରିପସନ ପାଇବେ | କମ୍ପାନୀର କହିବା ଅନୁଯାୟୀ, ଜିଓର ୪୦୧ ଟଙ୍କା ଯୋଜନାରେ ୨୮ ଦିନର ବୈଧତା ମିଳିବ ଏବଂ ପ୍ରତିଦିନ ୩ ଜିବି ଡାଟା ଉପଲବ୍ଧ ହେବ |

ଏହା ବ୍ୟତୀତ, ଯଦି ଆପଣ ଦୈନିକ ୩ ଜିବି ଡାଟା ବ୍ୟବହାର କରିଦିଅନ୍ତି, ତେବେ କମ୍ପାନୀ ଦ୍ୱାରା ୬ଜିବି ଅତିରିକ୍ତ ଡାଟା ଦିଆଯିବ | ଏହି ପ୍ଲାନ ସେମାନଙ୍କ ପାଇଁ ଲଞ୍ଚ କରାଯାଇଛି ଯେଉଁମାନେ ପ୍ରତିଦିନ ବହୁତ ଡାଟା ବ୍ୟବହାର କରୁଛନ୍ତି | ସେହିପରି ଅନ୍ୟ ଏକ ପ୍ଲାନ ହେଉଛି ୪୯୯ ଟଙ୍କାର କ୍ରିକେଟ୍ ପ୍ୟାକ | ଏଥିରେ ଏକ ବର୍ଷର ଡିସ୍ନି ଓ ହଟଷ୍ଟାର୍ ସବସ୍କ୍ରିପସନ୍ ଦିଆଯାଉଛି | ଜିଓ ୱେବସାଇଟ୍ ଅନୁଯାୟୀ, ଏହି ଯୋଜନାରେ ଅସୀମିତ କ୍ରିକେଟ୍ କଭରେଜ୍ ଉପଲବ୍ଧ ହେବ। ତେବେ ୪୯୯ ଟଙ୍କା ରିଚାର୍ଜ ଯୋଜନାରେ ପ୍ରତିଦିନ ୧.୫ ଜିବି ଡାଟା ଉପଲବ୍ଧ ହେବ |

ଏହି ଯୋଜନାର ବୈଧତା ୫୬ ଦିନ ହେବ | ଏହି ପ୍ଲାନରେ ଏସଏମଏସ ଓ ଭଏସ ସୁବିଧା ଯୋଗାଇ ଦିଆଯିବ ନାହିଁ | ୭୭୭ ଟଙ୍କା ରିଚାର୍ଜ ପ୍ଲାନରେ ଏକ ବର୍ଷର ଡିଜନି ଓ ହଟଷ୍ଟାର ସବସ୍କ୍ରିପସନ୍ ମଧ୍ୟ ଉପଲବ୍ଧ ହେବ | କିନ୍ତୁ ୪୯୯ ଟଙ୍କା ପ୍ଲାନ ବ୍ୟତୀତ ଜିଓ ବ୍ୟବହାରକାରୀଙ୍କୁ ଏଥିରେ ଭଏସ୍ ଏବଂ ଡାଟା ସୁବିଧା ଦିଆଯିବ | ଏହା ଏକ ତ୍ରୈମାସିକ ଯୋଜନା ହେବ, ଯେଉଁଥିରେ ୧୩୧ ଜିବି ଡାଟା, ଅସୀମିତ କଲିଂ ଏବଂ ଜିଓ ଆପ୍ସ ବ୍ୟବହାର ସୁବିଧା ଦିଆଯିବ | ଏହି ଯୋଜନାର ବୈଧତା ୮୪ ଦିନ ହେବ |

ସମ୍ବନ୍ଧିତ ଖବର