ମୁମ୍ବାଇ: ରିଲାଏନ୍ସ ଜିଓ ନିଜର ଫିଚର ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି। ଜିଓ ଫୋନ୍‌ର ଗ୍ରାହକ ଏଣିକି କେବଳ ୪୯ଟଙ୍କାରେ ୨୮ଦିନ ପର୍ଯ୍ୟନ୍ତ ଅସୀମିତ ଭଏସ୍‌ କଲ ଓ ଡାଟାର ଲାଭ ଉଠାଇ ପାରିବେ। ଏହି ଅଫର ୨୬ ଜାନୁଆରିରୁ ଲାଗୁ ହେବ ବୋଲି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି।

Advertisment

କମ୍ପାନି ଏ ସମ୍ପର୍କ ସୂଚନା ଦେଇ କହିଛି,‘ଜିଓ ବ୍ୟବହାରକାରୀ କେବଳ ୪୯ଟଙ୍କାରେ ୨୮ଦିନ ପର୍ଯ୍ୟନ୍ତ ମାଗଣା ଭଏସ୍‌ କଲ ସହିତ ଅନ୍‌ଲିମିଟେଡ ଡାଟା ବ୍ୟବହାର କରି ପାରିବେ, ତାହା ପୁଣି ୧ଜିବି ହାଇସ୍ପିଡରେ। ଜିଓ ୧୧,୨୧,୫୧ ଓ ୧୦୧ ଟଙ୍କାର ବି ଡାଟା ପ୍ଲାନ୍‌ର ଘୋଷଣା କରାଯାଇଛିି। ଏତଦ୍‌ ବ୍ୟତୀତ କମ୍ପାନି ରିପବ୍ଲିକ୍‌ ଡେ’ ଅଫର ଜରିଆରେ ୯୮ଟଙ୍କା ପ୍ଲାନ୍‌ର ବୈଧତା ବଢ଼ାଇ ୨୮ଦିନ କରି ଦେଇଛି। ଏଥିସହିତ ଜାନୁଆରି ୨୬ରୁ ପ୍ରତିଦିନ ୫୦୦ଏମବି ଅତିରିକ୍ତ ଡାଟାର ଗ୍ରାହକ ଫାଇଦା ଉଠାଇ ପାରିବେ।

publive-image

ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜିଓ ପକ୍ଷରୁ ଗଣତନ୍ତ୍ର ଦିବସ ଅଫର ଘୋଷଣା କରାଯାଇଛି । ଏହା ଅଫରର ସ୍ୱତନ୍ତ୍ରତା ହେଉଛି ପୂର୍ବରୁ ଘୋଷିତ ବିଭିନ୍ନ ପ୍ଲାନର ମୂଲ୍ୟ ୫୦ ଟଙ୍କା ଲେଖାଏଁ ହ୍ରାସ କରାଯାଇ, ଡାଟା ୫୦ ପ୍ରତିଶତ ବଢାଯାଇଛି । ଏସବୁ ପ୍ଲାନ ସର୍ବନିମ୍ନ ୯୮ ଟଙ୍କାରୁ ଆରମ୍ଭ ହୋଇ ୪୯୮ ଟଙ୍କା ପର୍ଯ୍ୟନ୍ତ ରହିଛି ।

୯୮ ଟଙ୍କିଆ ପ୍ଲାନ ପକାଇଲେ ୨୮ ଦିନ ପାଇଁ ଦିନକୁ ୨ଜିବି ଡାଟା ଓ ଅନଲିମିଟେଡ୍‌ ଭଏସ କଲିଂ ମିଳିପାରିବ। ପୂର୍ବରୁ ୯୮ ଟଙ୍କାରେ ମାତ୍ର ୧୪ ଦିନ ପାଇଁ ଏହି ସୁବିଧା ମିଳୁଥିଲା । ଅନ୍ୟପକ୍ଷରେ ୧୪୯ ଟଙ୍କିଆ ପ୍ଲାନ ପକାଇଲେ ଦିନକୁ ୧.୪ ଜିବି ଡାଟା ୨୮ ଦିନ ପାଇଁ, ୩୪୯ ଟଙ୍କିଆ ପ୍ଲାନ ପକାଇଲେ ୭୦ ଦିନ ପାଇଁ ଦିନକୁ ୧.୫ଜିବି ଡାଟା ମିଳିପାରିବ । ସେହିପରି ୩୯୯ ଟଙ୍କା ପ୍ଲାନରେ ୮୪ ଦିନ ପାଇଁ ଦିନକୁ ୧.୪ ଜିବି ଡାଟାର ଲାଭ ମିଳିବ।

publive-image

ଅନ୍ୟପକ୍ଷରେ ପୂର୍ବରୁ ଜିଓର ମାତ୍ର ଗୋଟିଏ ଦୈନିକ ୨ ଜିବି ଡାଟା ପ୍ଲାନ ଥିବାବେଳେ, ଏବେ ୪ଟି ପ୍ଲାନ ରହିଛି। ୧୯୮ ଟଙ୍କାର ପ୍ଲାନ ପକାଇଲେ ୨୮ ଦିନ ପାଇଁ ଦୈନିକ ୨ଜିବି ଡାଟା ମିଳିବ । ୩୯୮ ଟଙ୍କା ପ୍ଲାନ ପକାଇଲେ ୭୦ ଦିନ ପାଇଁ ଦୈନିକ ୨ଜିବି ଡାଟା ମିଳିବ ।