ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ରେ ଦୁଇଟି ନୂତନ ୪-ଜି ଫିଚର ଫୋନ୍‌ର ଶୁଭାରମ୍ଭ କରାଯାଇଛି। ଜିଓ ଭାରତ ଭି-୩ ଏବଂ ଜିଓ ଭାରତ ଭି-୪ ନାମକ ଏହି ଦୁଇ ୪-ଜି ଫିଚର ଫୋନ ଜିଓ ଭାରତ ସିରିଜ୍ ଅନ୍ତର୍ଗତ ଆରମ୍ଭ କରାଯାଇଛି। ନୂଆ ମଡେଲଗୁଡିକ ୧୦୯୯ ଟଙ୍କା ମୂଲ୍ୟରେ ବଜାରରେ ଉପଲବ୍ଧ ହେବ।

Advertisment

ଗତ ବର୍ଷ ଜିଓ ଭାରତ ଭି-୨ ମଡେଲ ଶୁଭାରମ୍ଭ କରାଯାଇଥିଲା, ଯାହା ଭାରତୀୟ ଫିଚର ଫୋନ୍ ବଜାରରେ ଆଲୋଡ଼ନ ସୃଷ୍ଟି କରିଥିଲା​​। କମ୍ପାନୀ ଅନୁଯାୟୀ, ଲକ୍ଷ ଲକ୍ଷ ୨-ଜି ଗ୍ରାହକ ଜିଓ ଭାରତ ଫିଚର ଫୋନ୍ ମାଧ୍ୟମରେ ୪-ଜିକୁ ପରିବର୍ତ୍ତିତ ହୋଇସାରିଛନ୍ତି ।

ଆଗାମୀ ପିଢ଼ିର ଏହି ନୂଆ ଫିଚର ଫୋନ୍‌ରେ ଆଧୁନିକ ଡିଜାଇନ୍, ଶକ୍ତିଶାଳୀ ୧୦୦୦ ଏମଏଏଚ ବ୍ୟାଟେରୀ, ୧୨୮ ଜିବି ପର୍ଯ୍ୟନ୍ତ ବିସ୍ତାରଯୋଗ୍ୟ ଷ୍ଟୋରେଜ୍ କ୍ଷମତା ରହିଛି। ଏହି ନୂଆ ଫିଚର ଫୋନ୍  ୨୩ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି । ଜିଓ ଭାରତ ଫୋନରେ ମାସିକ ମାତ୍ର ୧୨୩ ଟଙ୍କାରେ ରିଚାର୍ଜ କରାଯାଇପାରିବ ଯେଉଁଥିରେ ଅସୀମିତ ଭଏସ୍ କଲ୍ ଏବଂ ଦୈନିକ ଅଧା ଜିବି ହିସାବରେ ମୋଟ ୧୪ ଜିବି ହାଇ-ସ୍ପିଡ଼ ଡାଟା ମଧ୍ୟ ଉପଲବ୍ଧ ହେବ।

ଉଭୟ ଭି-୩ ଏବଂ ଭି-୪ ମଡେଲରେ ଜିଓ-ଟିଭି, ଜିଓ-ସିନେମା, ଜିଓ-ପେ ଏବଂ ଜିଓ-ଚାଟ୍ ଭଳି ଉପଯୋଗୀ ପ୍ରି-ଲୋଡେଡ଼ ଆପ୍ ରହିଛି। ୪୫୫ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଚଳଚ୍ଚିତ୍ର, ଭିଡିଓ ଏବଂ କ୍ରୀଡା ବିଷୟବସ୍ତୁ ମଧ୍ୟ ମାତ୍ର ଗୋଟିଏ କ୍ଲିକରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟପକ୍ଷରେ ଏଥିରେ ଥିବା ଜିଓ-ପେ ସହଜରେ ନିରବଚ୍ଛିନ୍ନ ଦେୟ ପ୍ରଦାନ ସୁବିଧା ପ୍ରଦାନ କରୁଥିବା ବେଳେ ଜିଓଚାଟ ଅସୀମିତ ଭଏସ୍ ମେସେଜିଂ, ଫଟୋ ସେୟାର ଏବଂ ଗ୍ରୁପ୍ ଚାଟ୍ ବିକଳ୍ପ ପ୍ରଦାନ କରିବ ।

ଜିଓ ଭାରତ ଭି-୩  ଏବଂ ଜିଓ ଭାରତ ଭି-୪ ଖୁବ୍ ଶୀଘ୍ର ସମସ୍ତ ମୋବାଇଲ୍ ଷ୍ଟୋର୍ ସହିତ ଜିଓମାର୍ଟ ଏବଂ ଆମାଜନରେ ମଧ୍ୟ ଉପଲବ୍ଧ ହେବ।