ରିଲାଏନ୍ସ ଜିଓର ପୋଷ୍ଟପେଡ଼ ଅଫର, ଅର୍ନ୍ତଜାତୀୟ କଲ୍‌ କେବଳ ୫୦ ପଇସାରେ

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ତାହାର ପୋଷ୍ଟପେଡ୍‌ ଗ୍ରାହକଙ୍କ ପାଇଁ ଆଣିଛି ଏକ ଭଲ ଅଫର। ପୋଷ୍ଟପେଡ଼ ଗ୍ରାହକ ବର୍ତ୍ତମାନ ମିନିଟ୍‌ ପିଛା କେବଳ ୫୦ ପଇସାରେ ଅର୍ନ୍ତଜାତୀୟ କଲ୍‌ କରିପାରିବେ । ଏହି ଅଫର ଗ୍ରାହକଙ୍କ ପାଇଁ ମେ ୧୫ରୁ ଆରମ୍ଭ ହେବାକୁ ଯାଉଛି। ଏହା ସହ ଜିଓ ଏହାର ସମସ୍ତ ଗ୍ରାହକଙ୍କ ପାଇଁ ଖୁବ୍‌ ଶୀଘ୍ର ଅର୍ନ୍ତଜାତୀୟ ରୋମିଙ୍ଗ କଲ୍‌ ପାଇଁ ମଧ୍ୟ ଅଫର ଲଞ୍ଚ କରିବାର ଯୋଜନା ରଖିଛି।
ଏହି ଅଫରର ସୁବିଧା ଅପଣ ୧୯୯ ଟଙ୍କାର ଜିଓ ରିଚାର୍ଜ କରି ଉଠାଇ ପାରିବେ । ଏଥିପାଇଁ ଆପଣଙ୍କୁ ୧୯୯ ଟଙ୍କାର ମାସିକ ରିଚାର୍ଜ କରିବା ସହ ଅର୍ନ୍ତଜାତୀୟ କଲ୍‌ ମିନିଟ୍‌ ପିଛା ୫୦ ପଇସାରେ ଉପଲବ୍ଧ ହେବ। ଗ୍ରାହକ ଅର୍ନ୍ତଜାତୀୟ ରୋମିଙ୍ଗ କଲ୍‌ ମିନିଟ୍‌ ପିଛା ୨ ଟଙ୍କା ହିସାବରେ କରିପାରିବେ । ଏଥିରେ ଅର୍ନ୍ତଜାତୀୟ ସୁବିଧା ଆରମ୍ଭ କରିବା ପାଇଁ ଗ୍ରାହକଙ୍କୁ କୌଣସି ପ୍ରକାରର ଟଙ୍କା ଦେବାକୁ ପଡ଼ିବ ନାହିଁ ।

ସମ୍ବନ୍ଧିତ ଖବର