ଆଉ ୩ ଦିନ ପରେ ଆରମ୍ଭ ହେବ ଜିଓ ମନସୁନ ହଙ୍ଗାମା, କେତେବେଳେ ଏହି ଅଫର ଆରମ୍ଭ ହେବ ଜାଣନ୍ତୁ

ମୁମ୍ବାଇ : ଆଉ ମାତ୍ର ୩ ଦିନ ପରେ ଅର୍ଥାତ୍‌ ଜୁଲାଇ ୨୧ରୁ ରିଲାଏନ୍ସର ମନସୁନ ହଙ୍ଗାମା ଅଫର ଆରମ୍ଭ ହେବ । ୨୧ ତାରିଖ ଅପରାହ୍ନ ୫ଟା ୦୧ ମିନିଟରେ ଏହି ଅଫର ଆରମ୍ଭ ହେବ । ଗ୍ରାହକମାନେ ନିଜ ପୁରୁଣା ଜିଓ ଫୋନକୁ ବଦଳାଇ ନୂଆ ଜିଓଫୋନ-୨ ମାତ୍ର ୫୦୧ ଟଙ୍କାରେ ନେଇପାରିବେ । ଏହି ୫୦୧ଟଙ୍କା ସହ ତାଳ ଦେଇ ଏହି ଅଫର ଠିକ ଅପରାହ୍ନ ୫ଟା ୦୧ ମିନିଟରେ ଆରମ୍ଭ କରାଯିବ । ଗତ ସପ୍ତାହରେ ଏହାର ପ୍ରି ବୁକିଂ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି ।

ଅଗଷ୍ଟ ୧୫ରେ ଏହି ଫୋନର ଡେଲିଭରୀ ଆରମ୍ଭ ହେବ । ଜିଓଫୋନ-୨ଟି ଏକ ଫିଚର ଫୋନ ହେଲେ ମଧ୍ୟ ଏହା ୪ଜି ଏଲଟିଇକୁ ସପୋର୍ଟ କରେ । ଏଥିରେ କ୍ୱାର୍ଟି କିବୋର୍ଡ ରହିଛି, ଏହା ଭୋଲଟିକୁ ସପୋର୍ଟ କରେ ଓ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୧ଟି ମଧ୍ୟ ଏହି ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୨ ରେ ୫୧୨ ଏମବି ର‍୍ୟାମ ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି । କିନ୍ତୁ ଜିଓଫୋନ-୨ର ଆଉ ଏକ ଆକର୍ଷଣ ହେଲା ଏହା ସେସିଆଲ ମିଡିଆ ଆପ ଫେସବୁକ, ହ୍ଵାଟ୍ସଆପ ଓ ୟୁଟ୍ୟୁବକୁ ସପୋର୍ଟ କରେ । ଉପଭୋକ୍ତାମାନେ ଏହାକୁ ଆପ ଷ୍ଟୋରରୁ ଡାଉନଲୋଡ କରିପାରିବେ ।

ସମ୍ବନ୍ଧିତ ଖବର