ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ତାର ଗ୍ରାହକମାନଙ୍କୁ ଯୋଡ଼ି ରଖିବା ପାଇଁ ସମୟ ସମୟରେ ନୂଆନୂଆ ରିଚାର୍ଜ ପ୍ଲାନର ଘୋଷଣା କରିଥାଏ। ନିକଟରେ ଜିଓ ତାର ଦୀର୍ଘକାଳିନ ରିଚାର୍ଜ ପ୍ଲାନ୍ସରେ ପୋର୍ଟଫୋଲି‌ୟୋରେ ଏକ ନୂଆ ପ୍ଲାନ ଯୋଡ଼ିଛି। ଏହି ପ୍ଲାନ ବର୍ଷକର ଭେଲିଟି ସହିତ ବଜାରରେ ପ୍ରବେଶ କରିଛି।

Advertisment

ଏହି ପ୍ଲାନର ମୂଲ୍ୟ ୩୩୩୩ଟଙ୍କା ରହିଛି। ‌ଯାହାକି ଫ୍ୟାନକୋର୍ଡ ସବ୍ସକ୍ରିପସନ ସହିତ ଆସୁଛି। ଏଥିସହିତ ଗ୍ରାହକଙ୍କୁ ଅନ୍ୟ ସେବ ବି ମିଳିବ। ଉକ୍ତ ନୂଆ ପ୍ଲାନରେ ଗ୍ରାହକଙ୍କୁ ୩୬୫ ଦିନର ବୈଧତା ମିଳିବା ସହିତ ୨.୫ଜିବି ଡାଟା ମିଳିବ। ଏଥିସହିତ ଅସୀମିତ ଭଏସ କଲିଂ ଓ ପ୍ରତିଦିନ ୧୦୦ ଏସଏମଏସର ଗ୍ରାହକ ଲାଭ ଉଠାଇ ପାରିବେ। ଅର୍ଥାତ ପୁରା ପ୍ଲାନରେ ଗ୍ରାହକ ୯୧୨.୫ଜିବି ଡାଟା ପାଇ ପାରିବେ।

ଏହି ପ୍ଲାନରେ ଗ୍ରାହକଙ୍କୁ ଜିଓଟିଭି ମୋବାଇଲ ଆପ, ଜିଓ ସିନେମା, ଜିଓ ଟିଭି ଓ ଜିଓ କ୍ଲାଉଡର ଆକସେସ ମିଳିବ। ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ଜିଓ ସିନେମା ଆକସେସ ମିଳିବ ନାହିଁ।

ଗ୍ରାହକଙ୍କୁ ଅସୀମିତ ୫ଜି ଡାଟା ପ୍ରଦାନ କରାଯିବ। ଏହି ପ୍ଲାନ ଜିଓର ଅଧିକାରିକ ୱେବସାଇଟ ଓ ଅନ୍ୟ ପ୍ଲାଟଫର୍ମରେ ଉପଲବ୍ଧ ରହିଛି। ଯେଉଁ ଗ୍ରାହକମାନେ ଫ୍ୟାନ କୋର୍ଡର ସବସ୍କ୍ରିପସନ ନେବାକୁ ଚାହିଁବେ ନାହିଁ ସେମାନଙ୍କ ପାଇଁ କମ୍ପାନି ୨୯୯୯ଟଙ୍କାର ପ୍ଲାନ ବି ଅଫର କରୁଛି। ଏହି ପ୍ଲାନ ବି ବର୍ଷକ ପାଇଁ ଥିବା ବେ‌ଳେ ଏଥିରେ ପ୍ରତିଦିନ ୧୦୦ଏସଏମଏସ, ଅସୀମିତ କଲିଂ ଓ ପ୍ରତିଦିନ ୨.୫ଜିବି ଡାଟା ମିଳିବ।