ମୁମ୍ବାଇ: ଆସନ୍ତା ୧୨ ତାରିଖରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ନୂଆ ଫୋନକୁ ଲଞ୍ଚ କରାଯାଇପାରେ | ଜିଓ ଫୋନ -୩ ନାମରେ ନାମିତ ଏହି ଫୋନକୁ ୧୨ରେ ହେବାକୁ ଥିବା ଏଜିଏମ ବୈଠକରେ ଲଂଚ କରାଯିବ ବୋଲି ଜଣାପଡିଛି | ଜିଓ ଫୋନ ୨ ର ସଫଳତା ପରେ ମିଡ଼ିଆଟେକ ପ୍ରୋସେସର ସହ ମିଶି ଜିଓ ଏହି ଫୋନକୁ ପ୍ରସ୍ତୁତ କରିଛି |
ପୂର୍ବରୁ କୁହାଯାଇଥିଲା ଯେ ଜିଓ ପକ୍ଷରୁ ଏ ବର୍ଷ ଆଉ କୌଣସି ଫୋନ ଲଞ୍ଚ କରାଯିବ ନାହିଁ | କିନ୍ତୁ ଅଗଷ୍ଟ ୧୨ ତାରିଖରେ ଜିଓ ଫୋନ ୩ ଲଞ୍ଚ କରାଯିବ ବୋଲି ସୂଚନା ମିଳିଛି | ସେହିପରି ବ୍ୟାଙ୍କ ଅଫ ଆମେରିକା-ମେରିଲ ଲିଞ୍ଚ୍ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୧୨ ତାରିଖରେ ଜିଓ ପକ୍ଷରୁ ନିଜର ହୋମ୍ ବ୍ରଡବ୍ୟାଣ୍ଡ, ଏଣ୍ଟରପ୍ରାଇଜ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ସଂପର୍କରେ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏହା ସହିତ କମ୍ପାନି ଏସବୁ ସେବାର ବିଭିନ୍ନ ପ୍ରକାରର ମୂଲ୍ୟ ମଧ୍ୟ ଘୋଷଣା କରିପାରେ।
ରିଲାଏନ୍ସ ଜିଓ ପକ୍ଷରୁ ଫାଇବର ଅପଟିକ୍ସ ଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ଘୋଷଣାର ଇତି ମଧ୍ୟରେ ଏକ ବର୍ଷ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ କମ୍ପାନି ଏହି ସେବା ସାରା ଦେଶରେ ଆରମ୍ଭ କରିପାରି ନାହିଁ । ତେବେ ଆସନ୍ତା ଅଗଷ୍ଟ ୧୨ ତାରିଖରେ କମ୍ପାନି ଏହି ସେବା ଆରମ୍ଭ କରିବା ସଂପର୍କରେ ଘୋଷଣା କରିପାରେ ବୋଲି କେତେକ ସୁତ୍ରରୁ ଜଣାପଡିଛି ।