୧୪୧ ଟଙ୍କାରେ ମିଳିବ ରିଲାଏନ୍ସ ଜିଓ ଫୋନ-୨

ମୁମ୍ବାଇ: ମାତ୍ର ୧୪୧ ଟଙ୍କାରେ ମିଳୁଛି ଜିଓ ଫୋନ-୨ | ଜନ୍ମାଷ୍ଟମୀ ଅବସରରେ ରିଲାଏନ୍ସ ଜିଓ ପକ୍ଷରୁ ଏହି ଅଫର ଲଞ୍ଚ କରାଯାଇଛି | ଏହି ଅଫରରେ ଆପଣ କେବଳ ମାତ୍ର ୧୪୧ ଟଙ୍କା ଦେଇ ନିଜ ଘରକୁ ଜିଓ ଫୋନ ୨ ଆଣିପାରିବେ | ଏହି ଫୋନରେ, ଆପଣ ହ୍ଵାଟ୍ସଆପ, ଫେସବୁକ୍, ୟୁଟ୍ୟୁବ୍, ଗୁଗୁଲ୍ ମ୍ୟାପ୍ସ ଏବଂ ଗୁଗୁଲ୍ ଆସିଷ୍ଟାଣ୍ଟକୁ ବ୍ୟବହାର କରିପାରିବେ | ଏହି ଫୋନର ପ୍ରକୃତ ମୂଲ୍ୟ ୨୯୯୯ ଟଙ୍କା ଥିବାବେଳେ ଏହି ଅଫର ଅନୁଯାୟୀ, ଆପଣ ଏହି ଫୋର ଜି ଫୋନକୁ ୧୪୧ ଟଙ୍କା ଦେଇ କିଣି ପାରିବେ |

ଆପଣଙ୍କୁ ବାକି ଟଙ୍କା ଇଏମଆଇ ବା ସହଜ ମାସିକ କିସ୍ତିରେ ଦେବାକୁ ପଡିବ | ଜିଓର ୱେବସାଇଟ୍ ଏହି ବିଷୟରେ ସୂଚନା ଦେଇଛି | ସୂଚନା ମୁତାବକ ଯାହା ଅଧୀନରେ ଆପଣ ଏହି ଫୋନକୁ ମାତ୍ର ୧୪୧ ଟଙ୍କାରେ କିଣି ପାରିବେ | ଅବଶିଷ୍ଟ ପରିମାଣ ଆପଣ ସହଜ ଇଏମଆଇରେ ଧୀରେ ଧୀରେ ଦେଇପାରିବେ | ଜିଓ ଫୋନ ୨ ରେ, ଆପଣ ବହୁତ ଭଲ ବୈଶିଷ୍ଟ୍ୟ ପାଇବେ |

ଏହି ଫୋନରେ ଫୋର ଜି ସୁବିଧା ଉପଲବ୍ଧ ଥିବାବେଳେ ୨.୪ ଇଂଚର QVGA ଡିସପ୍ଲେ ଅଛି | ଆପଣ ଫୋନରେ ୫୧୨ ଏମବି ରାମ ଏବଂ ୪ଜିବି ଷ୍ଟୋରେଜ୍ ପାଇପାରିବେ | ଏହି ଫୋନରେ ୨ ମେଗାପିକ୍ସେଲର ପଛ କ୍ୟାମେରା ଏବଂ ଫେସବୁକ୍, ହ୍ଵାଟ୍ସଆପ ଆପ୍, ୟୁଟ୍ୟୁବ୍ ସହିତ ଭିଡିଓ କଲିଂ ସୁବିଧା ରହିଛି |

ସମ୍ବନ୍ଧିତ ଖବର