ଓଡ଼ିଶା ବଜାରରେ ଜିଓଫୋନ ନେକ୍ସଟ୍‌

ଭୁବନେଶ୍ୱର: ଗୁଗୁଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସ୍‌ଟ୍ ଏବେ ଓଡ଼ିଶାର ୭୦୦୦ରୁ ଅଧିକ ମୋବାଇଲ୍ ଷ୍ଟୋର୍‌ ସମେତ ଜିଓ ଷ୍ଟୋର୍‌, ଜିଓ ପଏଣ୍ଟ୍‌, ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍ ଏବଂ ଜିଓ ସେଣ୍ଟର୍ ଆଦିରେ ଉପଲବ୍ଧ ହୋଇଛି। ଦାମିକା ସ୍ମାର୍ଟଫୋନ୍ ଭଳି ଏଥିରେ ଆଧୁନିକ ସୁବିଧା ସୁଯୋଗ ସାଙ୍ଗକୁ ସମସ୍ତ ଗୁଗୁଲ୍ ଆପ୍ ଏବଂ ଜିଓର ପ୍ରିମିୟମ୍ ଆପ୍ଲିକେସନ୍‌, ଶକ୍ତିଶାଳୀ ପଛ କ୍ୟାମେରା ଓ ସାମ୍ନା ସେଲ୍ଫି କ୍ୟମେରା ରହିଛି। ଜିଓଫୋନ୍ ନେକ୍ସ୍‌ଟ୍ କେବଳ ୬,୪୯୯ ଟଙ୍କାରେ ବଜାରରେ ଉପଲବ୍ଧ ହେଉଛି । ତେବେ ସ୍ୱଳ୍ପ ମାସିକ କିସ୍ତିରେ କିଣିବାକୁ ଚାହୁଁଥିବା ଗ୍ରାହକମାନେ ମାତ୍ର ୧,୯୯୯ ଟଙ୍କା ଦେଇ ଜିଓଫୋନ୍ ନେକ୍ସ୍‌ଟ୍ କିଣିପାରିବେ ଏବଂ ବଳକା ଟଙ୍କାକୁ ୧୮ କିମ୍ବା ୨୪ ମାସର କିସ୍ତିରେ ଦେଇପାରିବେ। ଜିଓଫୋନ୍ ନେକ୍ସଟ୍‌ରେ ୧୦ଟି ଭାଷାର ବିକଳ୍ପ, ଅନୁବାଦ, ରିଡ୍ ଏଲାଉଡ୍ ଭଳି ସୁବିଧା, ୫.୪୫ ଇଞ୍ଚ ଏଚ୍‌ଡି ଡିସ୍‌ପ୍ଲେ ମଲ୍‌ଟି ଟଚ୍ ସ୍କ୍ରିନ୍‌, ୧୩ ମେଗାପିକ୍ସେଲ୍ ପଛ କ୍ୟାମେରା, ୮ ମେଗାପିକ୍ସେଲ୍ ସାମ୍ନା କ୍ୟାମେରା, ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି ରହିଛି।

ସମ୍ବନ୍ଧିତ ଖବର