ମୁମ୍ବାଇ: ଜିଓ ନିଜର କେତେକ ପ୍ରିପେଡ୍ ପ୍ଲାନ୍ର ଦର ବଢ଼ାଇ ଦେଇଥିବା ଜଣାପଡ଼ିଛି । ଜିଓ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଥିବା କିଛିଟା ପ୍ଲାନ୍ର ଦର ବୃଦ୍ଧି ବ୍ୟବହାରକାରୀଙ୍କୁ ଝଟ୍କା ଦେଇଛି। ଗତ ଜାନୁଆରିରୁ ୭୪୯ ଟଙ୍କାରେ ଉପଲବ୍ଧ ହୋଇଥିବା ପ୍ଲାନର ଫାଇଦା ବର୍ତ୍ତମାନ ଗ୍ରାହକ ପାଇ ପାରିବେନାହିଁ । ଏହି ପ୍ଲାନ ଉପରୁ ଇଂଟ୍ରୋଡକ୍ଟରି ଅଫର ହଟିଯିବା ପରେ ଏହାର ଦର ୮୯୯ଟଙ୍କାକୁ ବୃଦ୍ଧି ପାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବରରେ ଜିଓ ପକ୍ଷରୁ ବିଭିନ୍ନ ପ୍ଲାନର ଦର ବଢ଼ା ଯାଇଥିଲା। ଏହା ଫଳରେ ବର୍ତ୍ତମାନ ୧୫୫ ଟଙ୍କାରେ ମିଳୁଥିବା ରିଚାର୍ଜ ପ୍ଲାନ୍ ପାଇଁ ଆପଣଙ୍କୁ ଦେବାକୁ ପଡ଼ୁଛି ୧୮୬ ଟଙ୍କା। ଏହି ପ୍ଲାନ୍ରେ ବ୍ୟବହାରକାରୀଙ୍କୁ ୨୮ ଦିନର ବୈଧତା ମିଳିବ। ସେହିପରି ୧୮୫ ଟଙ୍କାର ପ୍ଲାନ୍ ଏବେ ୨୨୨ ଟଙ୍କା ହୋଇଯାଇଛି। ଏହି ପ୍ଲାନ୍ର ବୈଧତା ବି ରହିଛି ୨୮ ଦିନ।
ଡିସେମ୍ବର ପୂର୍ବରୁ ଜିଓ ଫୋନ୍ ବ୍ୟବହାରକାରୀଙ୍କୁ ଯେଉଁଥି ପାଇଁ ୧୫୫ ଟଙ୍କା ଦେବାକୁ ପଡୁଥିଲା ସେହି ପ୍ଲାନ୍ ପାଇଁ ଏବେ ୧୮୬ ଟଙ୍କା ଦେବାକୁ ପଡ଼ୁଛି। ଏହି ପ୍ଲାନ୍ ବ୍ୟବହାରକାରୀଙ୍କ ସକାଶେ ୨୮ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେବା ସହ ୧ ଜିବି ଡାଟା ବି ମିଳିବ। ସେହିପରି ୨୨୨ ଟଙ୍କାର ପ୍ଲାନ୍ରେ ୨ ଜିବି ଡାଟା ପାଇବେ ବ୍ୟବହାରକାରୀ।
ଏଫ୍ୟୁପି ସୀମା ଶେଷ ହେବା ପରେ ବ୍ୟବହାରକାରୀଙ୍କୁ ୬୪ କେବିପିଏସ୍ ସ୍ପିଡ୍ରେ ଡାଟା ମିଳିବ। ୨ଟି ଯାକ ପ୍ଲାନ୍ରେ ୧୦୦ ଏସ୍ଏମ୍ଏସ୍ ମାଗଣା ମିିଳିବ।
ଅନ୍ୟ ପକ୍ଷରେ କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସଂପ୍ରତି କୌଣସି ପ୍ଲାନର ଦରବୃଦ୍ଧି କରାଯାଇନାହିଁ। ଡିସେମ୍ବର ମାସରେ ବିଭିନ୍ନ ପ୍ଲାନର ଦର ବଢ଼ା ଯାଇଥିଲା। ବର୍ତ୍ତମାନ ପ୍ଲାନ ୮୯୯ ଟଙ୍କା ହୋଇଛି ତାହା ପୂର୍ବରୁ ଅଫରରରେ ଥିଲା ଓ ୭୪୯ ଟଙ୍କାରେ ଉପଲବ୍ଧ ହେଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Shock-to-Jio-Users_Thumbnail.jpg)