ଜିଓଫୋନ୍ ଗ୍ରାହକଙ୍କୁ ୧୦୦ମିନିଟ୍ ମାଗଣା ଟକ୍ ଟାଇମ୍ ଏବଂ ୧୦୦ ମାଗଣା ଏସ୍ଏମ୍ଏସ୍

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଜାରି ହୋଇଥିବା ଦେଶବ୍ୟାପୀ ଲକ୍ଡାଉନକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ଏପ୍ରିଲ୍ ୧୭ ଯାଏଁ ୧୦୦ ମିନିଟ୍ର ମାଗଣା ଟକଟାଇମ୍  ଏବଂ ୧୦୦ ମାଗଣା ଏସ୍ଏମ୍ଏସ୍ ଦେବାନେଇ ଘୋଷଣା କରାଯାଇଛି । ବର୍ତ୍ତମାନର ଲକ୍ଡାଉନ୍ ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନଙ୍କ ପାଇଁ ପ୍ରତିଯୋଗୀ କମ୍ପାନୀମାନଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧାଠାରୁ ଏହା ୧୦ ଗୁଣ ଅଧିକ ରହିଛି ।

ଏଥିସହିତ ଏହି ଲକ୍ଡାଉନ୍ ସମୟରେ ଦୋକାନଗୁଡିକରେ ରିଚାର୍ଜ କରିବାରେ ସକ୍ଷମ ନ ହୋଇପାରିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଜିଓ ପକ୍ଷରୁ ପ୍ରିପେଡ୍ ଜିଓଫୋନ୍ ବ୍ୟବହାରକାରୀମାନଙ୍କ ପାଇଁ ପ୍ଲାନ୍ ବୈଧତା ବା ଭାଲିଡିଟି ସରିବା ପରେ ମଧ୍ୟ ଇନ୍-କମିଙ୍ଗ୍ କଲ୍ ଜାରି ରହିବ ବୋଲି ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ ଏକ ଟୁଇଟରେ ମଧ୍ୟ ଏଥିନେଇ ସୂଚନା ଦିଆଯାଇଛି ।

ସେହିଭଳି ଜିଓର ସର୍ବାଧିକ ସଂଖ୍ୟକ ଗ୍ରାହକ ଅନ୍-ଲାଇନ୍ ରିଚାର୍ଜ କରୁଥିବାବେଳେ ବର୍ତ୍ତମାନର ଲକ୍-ଡାଉନ୍ ଯୋଗୁଁ ରିଟେଲ୍ ଦୋକାନଗୁଡିକରେ ରିଚାର୍ଜ କରିବାରେ ସମସ୍ୟାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ବିକଳ୍ପ ରିଚାର୍ଜ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଏହି ବିକଳ୍ପଗୁଡିକ ମଧ୍ୟରେ ରହିଛି ୟୁପିଆଇ ପେମେଣ୍ଟ ଗେଟ୍ୱେ, ଏସ୍ଏମ୍ଏସ୍ ଓ କଲ୍ ମାଧ୍ୟମରେ ରିଚାର୍ଜ ଏବଂ ବିଭିନ୍ନ ବ୍ୟାଙ୍କଗୁଡିକର ଏଟିଏମ୍ ଗୁଡିକ ମାଧ୍ୟମରେ ରିଚାର୍ଜ ।

ସମ୍ବନ୍ଧିତ ଖବର