କେବଳ ବଦଳାନ୍ତୁ ଏହି ୪ଟି ସେଟିଙ୍ଗ୍‌! ସ୍ପିଡ଼୍‍ ହୋଇଯିବ ଆପଣଙ୍କର ୪ଜି ଜିଓଫୋନ୍‌!

କେତେକ ଉପଭୋକ୍ତା ଜିଓ ୪ଜି ର ବ୍ୟବହାର କରିବା ପରେ ଏହାର ସ୍ପିଡ଼୍‍କୁ ନେଇ ସନ୍ତୁଷ୍ଟ ନାହାନ୍ତି। ତେବେ ଏନେଇ ସେମାନଙ୍କର କଂପ୍ଲେନ୍‌ ରହିଛି ଯେ ଜିଓ ୪ଜି ରେ ଆଉ ଆଗ ଭଳି ସ୍ପିଡ଼୍‍ ମିଳୁନାହିଁ। ଯେଉଁ କାରଣକୁ ନେଇ ତାଙ୍କୁ ଭଏସ୍‌ କଲିଂଙ୍ଗ୍‌ ଏବଂ ଇଣ୍ଟରନେଟ୍‌ ସେବାକୁ ଉପଯୋଗ କରିବାରେ ସମସ୍ୟା ସୃଷ୍ଟି ହେଉଛି। ତେବେ ସୂଚନା ଅନୁଯାୟୀ ପୂର୍ବରୁ ଜିଓର ପୁରୁଣା ଅଫର୍‌ରେ ୨୦ରୁ ୨୫ mbpsର ସ୍ପିଡ଼୍‍ ମିଳୁଥିବା ବେଳେ ଏବେ ଏହାର ସ୍ପିଡ଼୍‍ ୩.୫mbps ପାଖାପାଖି ମିଳୁଅଛି। ତେବେ ଏହି ସ୍ପିଡ଼୍‍ କମିବାର ମଧ୍ୟ ଅନ୍ୟ ଏକ କାରଣ ଥାଇପାରେ କି ଆପଣଙ୍କର ମୋବାଇଲ୍‌ର ସେଟିଙ୍ଗ୍‌ଟି ସଠିକ୍‌ ନଥାଇ ପାରେ?
ତେବେ ଆଜି ଆମେ ଆପଣଙ୍କୁ ଏନେଇ ଏପରି ସେଟିଙ୍ଗ୍‌ ବିଷୟରେ କହିବୁ, ଯାହାକୁକି ସେଟ୍‌ କରିବା ପରେ ଆପଣଙ୍କ ଫୋନ୍‌ରେ ଇଣ୍ଟରନେଟ୍‌ର ସ୍ପିଡ଼୍‍ ବହୁତ ବଢ଼ିଯିବ। ଆଉ ଏହି ସେଟିଙ୍ଗ୍‌ କରିବା ମଧ୍ୟ ଆପଣଙ୍କ ଲାଗି ବହୁତ ସହଜ। ତେବେ ଏନେଇ ଆପଣଙ୍କୁ କେବଳ ୪ଟି ଇନ୍‌ଷ୍ଟ୍ରକ୍‌ସନ୍‌କୁ ଫଲୋ କରିବାକୁ ହେବ।

ଆସନ୍ତୁ ଜାଣିବା ଏହି ଇନ୍‌ଷ୍ଟ୍ରକ୍‌ସନ୍‌ ବିଷୟରେ…..
୧- ପ୍ରଥମତଃ ଆପଣ APN ସେଟିଙ୍ଗ୍‌କୁ ବଦଳାନ୍ତୁ: ତେବେ APN ସେଟିଙ୍ଗ୍‌କୁ ବଦଳାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ଜିଓ ୪ଜି ଫୋନ୍‌ର ସେଟିଙ୍ଗ୍‌କୁ ଯାଇ ମୋବାଇଲ୍‌ ନେଟ୍‌ଓ୍ଵର୍କକୁ ଯିବାକୁ ହେବ। ଏହାପରେ ଏଥିରେ ରହିଥିବା ପ୍ରିଫର୍ଡ଼ ନେଟ୍‌ଓ୍ଵାର୍କ ଟାଇପ୍‌ କୁ LTEରେ ସେଟ୍‌ କରିବାକୁ ହେବ।
୨- ଦ୍ୱିତୀୟତଃ APN ପ୍ରୋଟୋକଲ୍‌ ଅପ୍‌ସନ୍‌କୁ ବାଛନ୍ତୁ। ଏହାପରେ ଆପଣ ପୁଣିଥରେ ମୋବାଇଲ୍‌ ସେଟିଙ୍ଗ୍‌କୁ ଯାଇ Access Point names କୁ ସିଲେକ୍ଟ କରନ୍ତୁ। ଏହାକୁ କ୍ଲିକ୍‌ କଲାପରେ ଆପଣଙ୍କୁ ବହୁତ ଗୁଡ଼ିଏ ଅପ୍‌ସନ୍‌ ଦେଖିବାକୁ ମିଳିବ। ହେଲେ ଆପଣଙ୍କୁ ଏହା ଭିତରୁ କେବଳ APN ପ୍ରୋଟାକଲ୍‌ ଅପ୍‌ସନ୍‌କୁ ବାଛିବାକୁ ହେବ ଏବଂ ଏଥିରେ ରହିଥିବା Ipv4/Ipv6 ଉପରେ କ୍ଲିକ୍‌ କରିବାକୁ ପଡ଼ିବ।
୩- ତୃତୀୟତଃ ଆପଣଙ୍କୁ Bearer ଅପ୍‌ସନ୍‌ କୁ ବଦଳାଇବାକୁ ହେବ: ଏବେ ଏଠାରେ ଆପଣଙ୍କୁ Bearer ଅପ୍‌ସନ୍‌ ଦେଖିବାକୁ ମିଳିବ। ଯେଉଁଠାରେ କି ଆପଣଙ୍କୁ LTEକୁ ସିଲେକ୍ଟ୍‌ କରିବାକୁ ପଡ଼ିବ।
୪-ଚତୁର୍ଥତଃ ଆପଣଙ୍କୁ କ୍ୟାସ୍‌ ଫାଇଲସ୍‌କୁ ଡ଼ିଲିଟ୍‌ କରିବାକୁ ହେବ: ସାଧାରଣତଃ ଏଣ୍ଡ୍ରୋଏଡ଼୍‍ ସିଷ୍ଟମ୍‌ ର‍୍ୟାଣ୍ଡମ୍‌ଲି କିଛି ଫାଇଲ୍‌ସ କୁ ବ୍ୟବହାର କରିଥାଏ ଏବଂ ତାହାକୁ ମଧ୍ୟ ସେଭ୍‌ କରି ରଖିଥାଏ। ଯେଉଁ ଫାଇଲ୍‌ସକୁ କ୍ୟାସ୍‌ ଫାଇଲ୍‌ସ ବୋଲି କୁହାଯାଏ। ଆଉ ଏହାକୁ ଡ଼ିଲିଟ୍‌ କରି ଆପଣ ଆପଣଙ୍କ ୪ଜି ସ୍ମାଟଫୋନ୍‌ର ସ୍ପିଡ଼୍‍କୁ ମଧ୍ୟ ବଢ଼ାଇ ଦେଇପାରିବେ।

ସମ୍ବନ୍ଧିତ ଖବର