ମାତ୍ର ଦୁଇ ଟଙ୍କା ଖର୍ଚ୍ଚ କରି ପାଆନ୍ତୁ ଦୁଇଗୁଣ ଡାଟା, ଜିଓର ଏହି ପ୍ଲାନ ବାବଦରେ ଜାଣିଛନ୍ତି କି ?

ରିଲାଏନ୍ସ ଜିଓର ଅନେକ ପ୍ଲାନ ରହିଛି | ଯଦି ଆପଣ ବାରମ୍ବାର ଫୋନ୍ ରିଚାର୍ଜ କରିବାକୁ ଚାଁହୁନାହାନ୍ତି ତେବେ ଆପଣ ବର୍ଷିକିଆ ପ୍ଲାନ ରିଚାର୍ଜ କରିପାରିବେ | ଆଜି ଆମେ ଆପଣଙ୍କୁ ରିଲାଏନ୍ସ ଜିଓର ଏହିପରି ଦୁଇଟି ବାର୍ଷିକ ରିଚାର୍ଜ ଯୋଜନା ବିଷୟରେ କହିବୁ, ଯେଉଁଥିପାଇଁ ଆପଣ ମାତ୍ର ୨ ଟଙ୍କା ଖର୍ଚ୍ଚ କରି ଦୁଇ ଗୁଣ ଡାଟା ପାଇପାରିବେ | ଜିଓର ୨୩୯୭ ଟଙ୍କା ପ୍ଲାନର ବୈଧତା ୩୬୫ ଦିନ ପାଇଁ ରହିଥାଏ | ଏହି ପ୍ଲାନରେ ମୋଟ ୩୬୫ ଜିବି ଡାଟା ଉପଲବ୍ଧ ହୋଇଥାଏ | ଏହି ପ୍ଲାନର ବିଶେଷ କଥା ହେଉଛି ଆପଣ ଗୋଟିଏ ଦିନରେ ୩୬୫ ଜିବିରୁ ଯେତେ ଇଚ୍ଛା ସେତେ ପରିମାଣର ଡାଟା ବ୍ୟବହାର କରିପାରିବେ |

ଅର୍ଥାତ ଡାଟା ଖର୍ଚ୍ଚ ଉପରେ କୌଣସି ସୀମା ନଥାଏ | ଏହି ପ୍ଲାନରେ ଆପଣ ଯେକୌଣସି ନେଟୱାର୍କକୁ ମାଗଣା କଲିଂର ଲାଭ ସହ ପ୍ରତିଦିନ ୧୦୦ ଟି ଏସଏମଏସ ପଠାଇପାରିବେ | ସେହିପରି ଜିଓର ଆଉ ଏକ ବର୍ଷିକିଆ ପ୍ଲାନ ହେଉଛି ୨୩୯୯ ଟଙ୍କା ପ୍ଲାନ | ଏହାର ବୈଧତା ୩୬୫ ଦିନ ଥିବାବେଳେ ଏଥିରେ ପ୍ରତିଦିନ ୨ଜିବି ଡାଟା ଦିଆଯାଏ |

ଅର୍ଥାତ ଜିଓର ଏହି ଯୋଜନାରେ ମୋଟ ୭୩୦ ଜିବି ଡାଟା ଉପଲବ୍ଧ ହୋଇଥାଏ | ଜିଓର ଏହି ଯୋଜନାରେ, ଯେକୌଣସି ନେଟୱାର୍କରେ ମାଗଣା କଲିଂର ଲାଭ ସହ ପ୍ରତିଦିନ ୧୦୦ଟି ଏସଏମଏସ ପଠାଇପାରିବେ | କହିବାକୁ ଗଲେ ଉଭୟ ପ୍ଲାନର ବୈଧତା ସମାନ ଥିବାବେଳେ ଏଥିରେ ଅସୀମିତ କଲିଂ, ଏସଏମଏସ ସୁବିଧା ଦିଆଯାଇଛି | ତେବେ ଆପଣ ୨୩୯୭ ଟଙ୍କାରେ ୩୬୫ ଜିବି ଡାଟା ପାଉଥିବାବେଳେ ୨୩୯୯ ଟଙ୍କାରେ ୭୩୦ ଜିବି ଡାଟା ମିଳିଥାଏ | ଏହାର ଅର୍ଥ ହେଉଛି ଆପଣ ଅଧିକ ୨ ଟଙ୍କା ଦେଇ ୩୬୫ ଜିବି ଅତିରିକ୍ତ ଡାଟା ପାଇପାରିବେ |

ସମ୍ବନ୍ଧିତ ଖବର