ଦିନକୁ ୮ ଟଙ୍କା ଖର୍ଚ୍ଚ କଲେ ମିଳିବ ୯୧୨ ଜିବିର ଡାଟା! ଜିଓର ଏହି ପ୍ଲାନ ବିଷୟରେ ଜାଣିଛନ୍ତି କି?

ନୂଆଦିଲ୍ଲୀ: ଯଦି ଆପଣଙ୍କର ଡାଟା ବ୍ୟବହାର ଅଧିକ, ତେବେ ରିଲାଏନ୍ସ ଜିଓ ଆପଣଙ୍କ ପାଇଁ ଏକ ନୂଆ ପ୍ଲାନ ଆଣିଛି | ଏହି ପ୍ଲାନରେ ଜିଓ ପ୍ରତିଦିନ ୨.୫ଜିବି ଡାଟା ଦେଉଛି | ଏହି ପ୍ଲାନର ମୂଲ୍ୟ ୨୯୯୯ ଟଙ୍କା ଥିବାବେଳେ ଏହା ୩୬୫ ଦିନର ବୈଧତା ସହିତ ଆସିବ | ଏହି ପ୍ଲାନ ସହିତ, ଉପଭୋକ୍ତାମାନେ ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ ସହିତ ମୋଟ ୯୧୨.୫ ଜିବି ଡାଟା ପାଇବେ | ବାସ୍ତବରେ, ଯଦି ଏହି ପ୍ଲାନରେ ଗୋଟିଏ ଦିନ ଗଣନା କରାଯାଏ, ତେବେ ଆପଣ ଦୈନିକ ୮ ଟଙ୍କା ଖର୍ଚ୍ଚ କରି ୨.୫ ଜିବି ଡାଟା, କଲିଂ ଏବଂ ଅନ୍ୟାନ୍ୟ ସୁବିଧା ପାଇବେ |

ରିଲାଏନ୍ସ ଜିଓର ୨୯୯୯ ଟଙ୍କା ପ୍ରିପେଡ୍ ପ୍ଳାନରେ “୨୦% ଜିଓମାର୍ଟ ମହା କ୍ୟାସବ୍ୟାକ” ଅଫର୍ ମଧ୍ୟ ମିଳିବ | ଅର୍ଥାତ ଉପଭୋକ୍ତାମାନେ ସେମାନଙ୍କର ଜିଓମାର୍ଟ ୱାଲେଟରେ ୨୦% କ୍ୟାସବ୍ୟାକ୍ ପାଇବେ | ଯାହା ସେମାନେ ଭବିଷ୍ୟତର ରିଚାର୍ଜ ତଥା ଜିଓମାର୍ଟ କିମ୍ବା ରିଲାଏନ୍ସ ଷ୍ଟୋରରୁ କ୍ରୟ ପାଇଁ ବ୍ୟବହାର କରିପାରିବେ | ଏହି ପ୍ଲାନ ସହିତ ଉପଭୋକ୍ତାମାନେ ଜିଓଟିଭି, ଜିଓସିନେମା, ଜିଓସିକ୍ୟୁରିଟି ଏବଂ ଜିଓକ୍ଲାଉଡ଼ ସମେତ ଚାରିଟି ଜିଓ ଆପ୍ଲିକେସନ୍ ପାଇଁ ମାଗଣା ସବସ୍କ୍ରିପସନ୍ ପାଇପାରିବେ |

ଧ୍ୟାନ ଦିଅନ୍ତୁ ଯେ ଅଧିକ ୧୨୦ ଟଙ୍କା ଖର୍ଚ୍ଚ କରି ଆପଣ ଜିଓ ରୁ ୩୬୫ ଦିନ ବୈଧତା ଥିବା ଏକ ପ୍ଲାନ ପାଇପାରିବେ | ସୂଚନା ଥାଉ କି ୩୧୧୯ ଟଙ୍କା ପ୍ଲାନରେ ଉପଭୋକ୍ତାମାନେ ଡିସ୍ନି + ହଟଷ୍ଟାର୍ ମୋବାଇଲ୍ ସଂସ୍କରଣର ଏକ ବର୍ଷ ପାଇଁ ମାଗଣା ସବସ୍କ୍ରିପସନ୍ ସହ ୭୪୦ ଜିବି ଡାଟା ପାଇବେ |

ସମ୍ବନ୍ଧିତ ଖବର