ଜିଓର ଏହି ଅଫରରେ ମାଗଣା ଦେଖିପାରିବେ ଆଇପିଏଲ ମ୍ୟାଚ

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ବଡ ଅଫର ଆଣିପାରେ ଜିଓ | ଆଇପିଏଲ ସମୟରେ ମାଗଣାରେ ଲାଇଭ ଷ୍ଟ୍ରିମିଙ୍ଗ ଦେଖିବା ପାଇଁ ସ୍ୱତନ୍ତ୍ର ପ୍ଲାନ ଘୋଷଣା କରିପାରେ ଜିଓ | ନିଜର ଉପଭୋକ୍ତାଙ୍କ ପାଇଁ ଭାରତୀୟ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଦୁଇଟି ରିଚାର୍ଜ ଯୋଜନା ଆଣିବ, ଯେଉଁଥିରେ ଉପଭୋକ୍ତାମାନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୦) ର ଲାଇଭ ଷ୍ଟ୍ରିମିଂ ମାଗଣାରେ ଦେଖିପାରିବେ | ଜିଓ ଏବଂ ଷ୍ଟାର ଇଣ୍ଡିଆ ଏକ ଚୁକ୍ତି ଉପରେ ଦୀର୍ଘ ସମୟ ଧରି ଆଲୋଚନା କରୁଥିଲେ | ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଡିଲ୍ ବର୍ତ୍ତମାନ ଚୂଡାନ୍ତ ହୋଇଛି, ଯାହା ଜିଓ ଗ୍ରାହକମାନଙ୍କୁ ମାଗଣାରେ ଆଇପିଏଲ ୨୦୨୦ ଦେଖିବାକୁ ସୁଯୋଗ ଦେବ |

ଏହା ବ୍ୟତୀତ, ଆଇପିଏଲ୍ ୨୦୨୦ ର ଲାଇଭ୍ ଷ୍ଟ୍ରିମିଂ ଜିଓ ଫାଇବର, ଜିଓ ହାଇ ସ୍ପିଡ୍ ଫାଇବରନେଟ୍ ବ୍ରାଣ୍ଡରେ ମାଗଣାରେ ଉପଲବ୍ଧ ହେବ | ଜିଓର ଯୋଜନା ମୁତାବକ ୪୦୧ ଟଙ୍କା ଏବଂ ୨୫୯୯ ଟଙ୍କା ମୂଲ୍ୟର ଦୁଇଟି ରିଚାର୍ଜ ପ୍ଲାନ ଲଞ୍ଚ କରାଯାଇପାରେ | ଏହି ଦୁଇଟି ପ୍ଲାନ ବ୍ୟବହାରକାରୀଙ୍କ ପାଇଁ ପୂର୍ବରୁ ଉପଲବ୍ଧ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାଗୁଡିକ ଆଇପିଏଲ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ କି ନାହିଁ ତାହା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇ ନାହିଁ।

ବର୍ତ୍ତମାନ ବ୍ୟବହାରକାରୀଙ୍କୁ ଜିଓର ୪୦୧ ଟଙ୍କା ଯୋଜନାରେ ୯୦ ଜିବି ଡାଟା ପ୍ରଦାନ କରାଯାଇଛି। ଏହାର ବୈଧତା ୨୦ ଦିନ ଥିବାବେଳେ ଏବଂ ୩ ଜିବି ଡାଟା ପ୍ରତିଦିନ ଉପଲବ୍ଧ ହେଉଛି | ଏହା ବ୍ୟତୀତ ଦୈନିକ ବ୍ୟବହାର ପରେ କମ୍ପାନୀ ଅତିରିକ୍ତ ୬ ଜିବି ଡାଟା ମଧ୍ୟ ଦେଇଥାଏ | ସେହିପରି ଜିଓର ବାର୍ଷିକ ରିଚାର୍ଜ ପ୍ଲାନ ୨୫୯୯ ଟଙ୍କାରେ ପ୍ରତିଦିନ ୨ଜିବି ଡାଟା ମିଳେ | ଏହି ଯୋଜନାର ବୈଧତା ୩୬୫ ଦିନ ଥିବାବେଳେ ଡାଟାର ଦୈନିକ ବ୍ୟବହାର ପରେ, ଉପଭୋକ୍ତାମାନେ ଅତିରିକ୍ତ ୧୦ ଜିବି ଡାଟା ପାଇଥାନ୍ତି | ଏହିପରି, ଉପଭୋକ୍ତାମାନେ ବର୍ଷସାରା ଏହି ଯୋଜନାରେ ପ୍ରାୟ ୭୪୦ ଜିବି ଡାଟା ପାଇଥାନ୍ତି | ଏହି ଯୋଜନାରେ ଏକ ବର୍ଷର ଡିସ୍ନି + ହଟଷ୍ଟାର ସବସ୍କ୍ରିପସନ୍ ମିଳିଥାଏ |

ସମ୍ବନ୍ଧିତ ଖବର