ଜିଓ ଲଞ୍ଚ୍‌ କଲା ୩ଟି ଶସ୍ତା ପ୍ଲାନ୍‌; ଏହା ସହ ମିଳିବ ମାଗଣା ଜିଓଫାଇ ଡିଭାଇସ୍‌

ମୁମ୍ବାଇ: ଜିଓ ନେଟ୍‌ୱର୍କ ଯେଉଁ ଭଳି ଭାବେ ଗ୍ରାହକଙ୍କ ଦ୍ବାରା ଅଦୃତି ଲାଭ କରିଥିଲା ଧୀରେ ଧୀରେ ତାହା ହ୍ରାସ ପାଇବାରେ ଲାଗିଛି। ଜିଓ ତା’ର ପ୍ଲାନ୍‌ଗୁଡ଼ିକର ଦର ଯଥେଷ୍ଟ ଅଧିକ ବଢ଼େଇ ଦେଇଥିବା କାରଣରୁ ଗ୍ରାହକ ଧୀରେ ଧୀରେ ନେଟ୍‌ୱର୍କ ବଦଳେଇବାର ବି ଯୋଜନା କରୁଛନ୍ତି। ହେଲେ କମ୍ପାନି ନିଜ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ କିଛି ନୂଆ ଅଫର୍‌ ପ୍ରଦାନ କରୁଛି। ଯେଉଁ ଅଫର୍‌ଗୁଡ଼ିକ ଶସ୍ତା ଓ ଲାଭଦାୟକ।

ଜିଓ ୩ଟି ନୂଆ ରିଚାର୍ଜ ପ୍ଲାନ୍‌ ଆଣିବାକୁ ଯାଉଛି। ଏହି ପ୍ଲାନଗୁଡ଼ିକ ହେଉଛି ମାସିକ ପୋଷ୍ଟପେଡ୍‌ ଇଣ୍ଟର୍‌ନେଟ୍‌ ପ୍ଲାନ୍‌। ଯାହାକୁ ଆପଣ ୪ଜି ୱେୟାଲେସ୍‌ ହଟ୍‌ସ୍ପଟ୍‌ ସହ ବ୍ୟବହାର କରିପାରିବେ।

ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍‌ ୨୪୯, ୨୯୯ ଓ ୩୪୯ ଟଙ୍କିଆ ୩ଟି ପ୍ଲାନ୍‌ ଲଞ୍ଚ୍‌ କରିଛି। ଏହି ୩ଟି ପ୍ଲାନରେ ଅଲଗା ଅଲଗା ଡାଟା ଲିମିଟ୍‌ ରହିଛି। ୨୪୯ ଟଙ୍କିଆ ପ୍ଲାନରେ ୩୦ ଜିବି ଡାଟା ମିଳୁଥିବା ବେଳେ ୨୯୯ ଟଙ୍କିଆ ପ୍ଲାନରେ ୪୦ ଜିବି ଓ ୩୪୯ ଟଙ୍କିଆ ପ୍ଲାନରେ ୫୦ ଜିବି ଡାଟା ମିଳୁଛି। ଏହି ୩ଟି ଯାକ ପ୍ଲାନ୍‌ର ଅବଧି ୧ ମାସ।

ଏହି ଯୋଜନାରେ କେବଳ ଡାଟା ମିଳିବ। କମ୍ପାନି ତା’ର ବ୍ୟବସାୟୀ ଗ୍ରାହକଙ୍କୁ ଲକ୍ଷ କରି ଏହି ପ୍ଲାନ୍‌ ଲଞ୍ଚ୍‌ କରିଛି। ଏଥିରେ ମାଗଣା ଏସ୍‌ଏମ୍‌ଏସ୍‌ ସୁବିଧା ନାହିଁ। ଏହି ପ୍ଲାନ୍‌ ସହିତ ଆପଣଙ୍କୁ ଜିଓଫାଇ ଡିଭାଇସ୍‌ ମଧ୍ୟ ମିଳିବ। ଆପଣ ଏହାକୁ ବ୍ୟବହାର କରି ଫେରାଇ ପାରିବେ।

ସମ୍ବନ୍ଧିତ ଖବର