ଶନିବାର ଦିନ ଶେଷ ହେଉଛି ଜିଓ ପ୍ରାଇମ ମେମ୍ବରସିପ୍‌ର ଅବଧି, ତାପରେ କଣ ହେବ?

ମୁମ୍ବାଇ: ଆସନ୍ତା ୩୧ ତାରିଖରେ ରିଲାଏନ୍ସ ଜିଓର ପ୍ରାଇମ ମେମ୍ବରସିପ୍‌ ଅବଧି ସମାପ୍ତ ହେବ । କିନ୍ତୁ ସମୟସୀମା ଶେଷ ହେବା ପରେ ପ୍ରାଇମ ମେମ୍ବରମାନେ କେଉଁ ସୁବିଧା ପାଇବେ ତାହାକୁ ନେଇ କମ୍ପାନି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ ।

ଦୁଇ ବର୍ଷ ତଳେ କମ୍ପାନି ପକ୍ଷରୁ ମାଗଣା ଜିଓ ସେବା ଆରମ୍ଭ କରାଯାଇଥିଲା । ପ୍ରଥମ ୬ ମାସ ପାଇଁ ଉଭୟ ଭଏସ ଓ ଡାଟା ମାଗଣା ଥିଲା । ପରେ କମ୍ପାନି ପେମେଣ୍ଟ ଫର୍ମାଟକୁ ଗଲା । ଗ୍ରାହକମାନେ ୯୯ ଟଙ୍କାର ରିଚାର୍ଜ କରି ଏହି ଜିଓ ପ୍ରାଇମ ସେବା ଚାଲୁ ରଖିପାରିଲେ । ଗତ ବର୍ଷ ଏପ୍ରିଲ ୧ରେ ଜିଓ ପ୍ରାଇମ ମେମ୍ବରସିପକୁ ଆହୁରି ଏକ ବର୍ଷ ପାଇଁ ବଢାଗଲା ଯାହାକି ଆସନ୍ତା ମାର୍ଚ୍ଚ ୩୧ରେ ସମାପ୍ତ ହେବ । ଏହା ପରେ କଣ ହେବ ତାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି । ମିଳିଥିବା ସୂଚନା ମୁତାବକ ଏ ସଂପର୍କରେ ଆସନ୍ତା ଦିନି ଦୁଇ ଦିନ ମଧ୍ୟରେ ଜିଓ ପକ୍ଷରୁ କିଛି ଘୋଷଣା କରାଯାଇପାରେ । କମ୍ପାନି କଣ ଘୋଷଣା କରିବ ତାହା ଜଣାନଥିଲେ ମଧ୍ୟ କେତେକ ମତ ଦେଇଛନ୍ତି ଯେ କମ୍ପାନି ଏହି ବୈଧତାକୁ ଆହୁରି ବଢାଇପାରେ । ପୂର୍ବରୁ ୯୯ ଟଙ୍କା ଦେଇ ପ୍ରାଇମ ମେମ୍ବରସିପ ମିଳୁଥିବାବେଳେ କମ୍ପାନି ଏଥର ସେଥିରେ ସାମାନ୍ୟ ବୃଦ୍ଧି କରିପାରେ ଅଥବା ୯୯ ଟଙ୍କାକୁ ଅପରିବର୍ତ୍ତିତ ରଖିପାରେ । ଆହୁରି ମଧ୍ୟ କମ୍ପାନି ଏକ ସଂପୂର୍ଣ୍ଣ ନୂଆ ତାରିଫ ପ୍ଲାନ ଆରମ୍ଭ କରିପାରେ । ଏଣୁ ଆଉ ଦିନେ ଦୁଇଦିନ ଅପେକ୍ଷା କରନ୍ତୁ ।

ସମ୍ବନ୍ଧିତ ଖବର