ଜିଓଫୋନ୍ ଓ ଜିଓଫୋନ୍ ୨ ବ୍ୟବହାରକାରୀଙ୍କ ପାଇଁ ଜିଓରେଲ୍ ଆପ୍ ଉନ୍ମୋଚିତ

ଭୁବନେଶ୍ୱର: ଏକ ଡିଜିଟାଲ୍ ସଶକ୍ତ ଭାରତ ଗଠନ କରିବା ପ୍ରତି ନିରନ୍ତର ଉଦ୍ୟମ ଜାରି ରଖି, ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ସୁବିଧା ଆଣିଦେଇଛି । ପ୍ରଥମ ଥର ପାଇଁ, ସମ୍ପୂର୍ଣ୍ଣ ନୂଆ ଜିଓରେଲ୍ ଆପ୍ ଜରିଆରେ ବ୍ୟବହାରକାରୀମାନେ ଯେକୌଣସି ଜିଓଫୋନରେ ଆଇଆରସିଟିସିର ଟିକଟ ସଂରକ୍ଷଣ ସେବା ହାସଲ କରିପାରିବେ । ଏହି ଆପ୍ ଜରିଆରେ ଗ୍ରାହକମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇ-ୱାଲେଟ୍ ବ୍ୟବହାର କରି ଟିକଟ ବୁକ୍ ଓ କ୍ୟାନସେଲ କରିପାରିବେ, ପିଏନଆର ସ୍ଥିତି ଯାଞ୍ଚ, ଟ୍ରେନ୍ ସୂଚନା, ସମୟ, ରୁଟ୍, ସିଟ ଉପଲବ୍ଧତା ଏବଂ ଆହୁରି ଅନେକ ସେବାକୁ ସେମାନଙ୍କ ଜିଓଫୋନର ବଟନ୍ ଦବାଇ ଜାଣିପାରିବେ ।

ଜିଓ ଆପ୍ ଷ୍ଟୋର୍ରେ ଉପଲବ୍ଧ ହୋଇଥିବା ଜିଓରେଲ୍ ଆପରେ ଶେଷ ମୁହୂର୍ତ୍ତ  ଯାତ୍ରା ପାଇଁ ତତକାଳ ଟିକଟ ବୁକିଙ୍ଗ କରିହେବ । ଯଦି ବ୍ୟବହାରକାରୀଙ୍କ ଆଇଆରସିଟିସି ଆକାଉଣ୍ଟ ନଥିବ, ଏହି ଆପ୍ ଜରିଆରେ ସେମାନେ ଏକ ଆକାଉଣ୍ଟ ସୃଷ୍ଟି କରିପାରିବେ ଓ ଟିକଟ ବୁକିଙ୍ଗ କରିପାରିବେ । ଏହି ଆପ୍ ଜରିଆରେ ବୁକିଙ୍ଗ ହୋଇଥିବା ଟିକଟର ପିଏନଆରକୁ ମଧ୍ୟ ରେଲଜିଓ ଆପ୍ ବ୍ୟବହାରକାରୀମାନେ ଯାଞ୍ଚ କରିପାରିବେ । ଏହି ଆପରେ ଅନେକ ପ୍ରକାର ଉନ୍ନତ ସେବା ପ୍ରଦାନ କରିବାର ଯୋଜନା ରହିଛି ଯଥା ପିଏନ୍ଆର ସ୍ଥିତି ପରିବର୍ତ୍ତନ ଆଲର୍ଟ, ଟ୍ରେନ୍ର ସ୍ଥିତି ଜାଣିବା (ଲୋକେଟ୍ ଟ୍ରେନ୍) ଓ ଭବିଷ୍ୟତରେ ଖାଦ୍ୟ ବରାଦ ଆଦି ଯୋଜନା ରହିଛି ।

ରେଲ୍ ଜିଓ ଆପରେ ଟ୍ରେନ ଟିକଟ ବୁକିଙ୍ଗକୁ ଅତି ସହଜ କରାଯାଇଛି । ଏହି ସ୍ୱତନ୍ତ୍ର ସେବା ପାଇଁ ଭାରତୀୟ ଗ୍ରାହକଙ୍କୁ ଆଉ ଟିକଟ ପାଇଁ ଧାଡ଼ିରେ ଠିଆ ହେବାକୁ ପଡ଼ିବନି କିମ୍ବା ଟିକଟ ବୁକିଙ୍ଗ ପାଇଁ ଏଜେଣ୍ଟକୁ ପେମେଣ୍ଟ ଦେବାକୁ ପଡ଼ିବନି ।

ସମ୍ବନ୍ଧିତ ଖବର