ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ପ୍ରତି ସପ୍ତାହରେ ନୂତନ ପ୍ଲାନ୍ର ଘୋଷଣା କରୁଛି। କମ୍ପାନି ଦୀପାବଳି ପୂର୍ବରୁ ନିଜର ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନ୍ରେ ପରିବର୍ତ୍ତନ ଆଣିଥିଲା। ରିଲାଏନ୍ସ ଜିଓ ପୁଣିଥରେ କ୍ୟାସବ୍ୟାକ୍ ଅଫର ଆରମ୍ଭ କରିବାକୁ ଯାଉଛି। କମ୍ପାନି ଏହି ଅଫର ତଥା ଦୀପାବଳି ପୂର୍ବରୁ ୧୦୦ ପ୍ରତିଶତ କ୍ୟାସବ୍ୟାକ୍ ଅଫରର ଘୋଷଣା କରିଥିଲା।
ରିଲାଏନ୍ସ ଜିଓ ନିଜର ଉପଭୋକ୍ତାଙ୍କୁ ୨,୫୯୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରଦାନ କରିବ। ପୂର୍ବ କ୍ୟାସବ୍ୟାକ୍ ଅଫର କେବଳ ୩୯୯ ଟଙ୍କାର ରିଚାର୍ଜ କରିବା ଦ୍ୱାରା ମିଳିବ ବୋଲି କୁହାଯାଇଥିଲା। ନୂତନ ଅଫର ଜରିଆରେ ୩୯୯ଟଙ୍କାରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ କଲେ ଗ୍ରାହକଙ୍କୁ ଲାଭ ମିଳିବ। ଏହି ଅଫରର ଲାଭ ଉଠାଇବା ପାଇଁ ହେଲେ ଗ୍ରାହକଙ୍କୁ ନଭେମ୍ବର ୧୦ ତାରିଖରୁ ୨୫ ତାରିଖ ଭିତରେ ରିଚାର୍ଜ କରିବାକୁ ପଡ଼ିବ।
ରିଲାଏନ୍ସ ଜିଓର ଏହି କ୍ୟାସବ୍ୟାକ୍ ଅଫର ଜରିଆରେ, ବ୍ୟବହାରକାରୀ ୩୯୯ କିମ୍ବା ତାହାଠାରୁ ଅଧିକ ଟଙ୍କାର ରିଚାର୍ଜ ମାଇଁ ଜିଓ କିମ୍ବା ଜିଓ ଡଟ କମ୍ରେ କରନ୍ତି ତେବେ ୪୦୦ଟଙ୍କାର କ୍ୟାସବ୍ୟାକ୍ ପାଇ ପାରିବେ। ଏହି କ୍ୟାସବ୍ୟାକ୍ ୮ଟି ୫୦ ଟଙ୍କା ଭାଉଚର ଜରିଆରେ ଦିଆଯିବ। ଆପଣ ଏହି ଭାଉଚର ବ୍ୟବହାର କରି ଆଗାମୀ ରିଚାର୍ଜରେ ୫୦ଟଙ୍କା କମ୍ କରିପାରିବେ।
ସେହିପରି ସବ୍ସ୍କ୍ରାଇବର ଅଫର ଅବଧି ମଧ୍ୟରେ କୌଣସି ଡିଜିଟାଲ ଓ୍ଵାଲେଟ ଜରିଆରେ ରିଚାର୍ଜ କରନ୍ତି ତେବେ ତାଙ୍କୁ ବି କ୍ୟାସବ୍ୟାକ୍ ମିଳିବ। ଉଦାହରଣ ସ୍ୱରୂପ, ଯଦି ଆପଣ ଜିଓ ନେଟଓ୍ଵାର୍କ ଜଏନ୍ କରନ୍ତି ଓ ଆମାଜନ୍ ପେ୍ରେ ୪୫୯ ଟଙ୍କାର ରିଚାର୍ଜ କରୁଛନ୍ତି, ତେବେ ଜିଓ ତରଫରୁ ଆପଣଙ୍କୁ ୪୯୯ଟଙ୍କା ମିଳିବ।
କ୍ୟାସବ୍ୟାକ୍ ବ୍ୟବତୀତ ରିଲାଏନ୍ସ ଜିଓ ତରଫରୁ ଅନ୍ୟ ଅଫର ଦିଆଯାଇଛି, ଯାହା ଜରିଆରେ ଆପଣଙ୍କୁ ୨,୫୯୯ଟଙ୍କାର ଲାଭ ମିଳିବ। ଏହି ଅଫର ଜରିଆରେ , ଆପଣଙ୍କୁ AJio.comରେ ୧,୫୦୦ ଟଙ୍କା କିମ୍ବା ଏହାଠାରୁ ଅଧିକ କ୍ରୟ କଲେ ୩୯୯ ପର୍ଯ୍ୟନ୍ତ ରିହାତି ମିଳି ପାରିବ। ସେହିପରି, Reliancetrends.comରୁ ୧,୯୯୯ରୁ ଟଙ୍କାରୁ ଅଧିକ କିଣା ଉପରେ ୫୦୦ ଟଙ୍କା ମଧ୍ୟ ରିହାତି ରହିଛି। ଏହିପରି ରିଲାଏନ୍ସ ଜିଓ ଯାତ୍ରା ଡଟ କମ୍ ସହିତ ବି ହାତ ମିଳାଇଛି। ଯଦି ଆପଣ ଏହି ଟ୍ରାଭେଲ େଓ୍ଵବସାଇଟରେ ବିମାନ ଟିକେଟ ବୁକ୍ କରୁଛନ୍ତି ତେବେ ଗୋଟିଏ ଥର ବିମାନ ଯାତ୍ରାରେ ୫୦୦ଟଙ୍କା ପର୍ଯ୍ୟନ୍ତ ଛାଡ ସହିତ ରାଉଣ୍ଡ ଟ୍ରିପ୍ ଉପରେ ୧,୦୦୦ଟଙ୍କା ରିହାତି ମିଳିବ।